ମୁମ୍ବାଇ: ଶିବସେନାର ମୁଖପତ୍ର ‘ସାମ୍ନା’ର ସମ୍ପାଦିକା ଭାବରେ ଦାୟିତ୍ବ ଗ୍ରହଣ କଲେ ଶିବସେନା ମୁଖ୍ୟ ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପତ୍ନୀ ରଶ୍ମି ଠାକରେ। ପୂର୍ବରୁ ଉଦ୍ଧବ ଠାକରେ ଏହି ପଦବୀରେ ଥିଲେ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହେବାପରେ ସେ ସମ୍ପାଦକ ପଦରୁ ଇସ୍ତଫା ଦେଇଥିଲେ । ତେବେ ଏହି ଦାୟିତ୍ବ ଏବେ ରଶ୍ମୀଙ୍କୁ ଦିଆଯାଇଛି ।
‘ସାମ୍ନା’ର ସମ୍ପାଦିକା ହେଲେ ଉଦ୍ଧବ ଠାକରେଙ୍କ ପତ୍ନୀ - ଦ୍ଧବ ଠାକରେଙ୍କ ପତ୍ନୀ ରଶ୍ମି ଠାକରେ
ଶିବସେନାର ମୁଖପତ୍ର ‘ସାମ୍ନା’ର ସମ୍ପାଦିକା ଭାବରେ ଦାୟିତ୍ବ ଗ୍ରହଣ କଲେ ଶିବସେନା ମୁଖ୍ୟ ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପତ୍ନୀ ରଶ୍ମି ଠାକରେ। ଅଧିକ ପଢନ୍ତୁ...
ଉଦ୍ଧବ ଠାକରେ
ସେହିପରି ଶିବସେନାର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତଙ୍କୁ ଏହାର କାର୍ଯ୍ୟକାରୀ ସମ୍ପାଦକ ଭାବେ ଅବସ୍ଥାପିତ କରଯାଇଛି। ଜାନୁୟାରୀ 23, 1989 ରେ ବାଲାସାହେବ ଠାକରେ ମହାରାଷ୍ଟ୍ରବାସୀଙ୍କୁ ନିଜ ମତ ଜଣାଇବା ଉଦ୍ଦେଶ୍ୟରେ ସାମ୍ନାର ପ୍ରତିଷ୍ଠା କରିଥିଲେ । ଏହାର ହିନ୍ଦୀ ସଂସ୍କରଣ ମଧ୍ୟ ପ୍ରକାଶ ପାଉଛି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : Mar 1, 2020, 2:20 PM IST