ଓଡିଶା

odisha

ETV Bharat / bharat

ଡାଲି ପାଇଁ କେନ୍ଦ୍ର ସରକାରଙ୍କୁ ଉଦ୍ଧବ କହିଲେ ‘ଡାଲ ମେ କୁଛ କାଲା ହୈ’ - ମହାରାଷ୍ଟ୍ର କୋରୋନା ନ୍ୟୁଜ

ସମଗ୍ର ଦେଶରେ କୋରୋନାକୁ ନେଇ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି।

corona
କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ଉଦ୍ଧବ ଠାକରେ

By

Published : Apr 27, 2020, 10:17 AM IST

ମୁମ୍ବାଇ: କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ଉଦ୍ଧବ ଠାକରେ । ସମଗ୍ର ଦେଶରେ କୋରୋନାକୁ ନେଇ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି।

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଟାର୍ଗେଟ କରି ସେମାନଙ୍କ ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି। ଏହାସହ ଏଭଳି କଠିନ ସମୟରେ ରାଜନୀତି କରୁଥିବା ବିରୋଧୀଦଳର ନେତାଙ୍କ ପ୍ରଶ୍ନ ଉପରେ ସେ କହିଛନ୍ତି, ‘ଡାଲ ମେ କୁଛ୍ କାଲା ହୈ’ । ଏଥିସହ ସେ କହିଛନ୍ତି ଡାଲ ମେଁ କୁଛ କାଲା ହୈ କିନ୍ତୁ ପ୍ରଥମେ ଡାଲି ତ ଆସୁ ।

ଠାକରେ କହିଛନ୍ତି, ଆମେ କେନ୍ଦ୍ର ସରକାରଙ୍କୁ ଡାଲି ମାଗିଥିଲୁ । କାରଣ ଆମ ରାଜ୍ୟରେ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ଆମେ ଲୋକଙ୍କୁ ଖାଦ୍ୟ ଶସ୍ୟ ଦେଇଥାଉ । କିନ୍ତୁ ଆମ ପାଖରେ କେବଳ ଚାଉଳ ଅଛି। ସେଥିପାଇଁ ଆମେ କେନ୍ଦ୍ର ସରକାରଙ୍କୁ ଡାଲି ଏବଂ ଗହମ ମାଗିଥିଲୁ । ଯାହା ଆମକୁ ଏପର୍ଯ୍ୟନ୍ତ ମିଳିନାହିଁ ।

ଏଥିସହ ସେ କହିଛନ୍ତ ଗତ ମାସରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କୋରୋନା ମହାମାରୀର ମୁକାବିଲା ପାଇଁ 1.75 ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ । ସେ କହିଥିଲେ ଯେ ତିନି ମାସ ପାଇଁ ପାଞ୍ଚ କିଲୋଗ୍ରାମ ଚାଉଳ ଏବଂ ଏକ କିଲୋ ଡାଲି ମାଗଣାରେ ଦିଆଯିବ । ଏଥିସହ ନିର୍ମଳା ସୀତାରମଣ ଏହା ମଧ୍ୟ କହିଥିଲେ ଯେ ଦେଶର କୌଣସି ଲୋକଙ୍କୁ ଭୋକରେ ରହିବାକୁ ଦେବେନାହିଁ । ଅର୍ଥମନ୍ତ୍ରୀଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କରି ଉଦ୍ଧବ ଠାକରେ କହିଛନ୍ତି ଯେ ଆମ ପାଖକୁ ଏବେଯାଏଁ ଡାଲି ଓ ଚାଉଳ ଯୋଗାଣ ହୋଇନାହିଁ ।

ପ୍ରକାଶ ଥାଉକି, ସମଗ୍ର ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 27 ହଦଜାର ପାର କରିଥିବା ବେଳେ କେବଳ ମହାରାଷ୍ଟ୍ରରେ ଆ’କ୍ରାନ୍ତଙ୍କ ସଂଖ୍ୟା ମହାରାଷ୍ଟ୍ରରେ ସଂକ୍ରମିତ ଲୋକଙ୍କ ସଂଖ୍ୟା 8,000 ଅତିକ୍ରମ କରିଛି।

ABOUT THE AUTHOR

...view details