ଓଡିଶା

odisha

By

Published : May 15, 2020, 10:56 AM IST

Updated : May 15, 2020, 2:18 PM IST

ETV Bharat / bharat

ମହାରାଷ୍ଟ୍ରରେ ମେ 31 ଯାଏଁ ବୃଦ୍ଧି ହୋଇପାରେ ଲକଡାଉନ !

ମହାରାଷ୍ଟ୍ରରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 25, 922 ରେ ପହଞ୍ଚିଛି। ଏହି ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ଦେଖି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଆସନ୍ତା ମେ 31 ପର୍ଯ୍ୟନ୍ତ ଲକଡାଉନ ବୃଦ୍ଧି କରିବାକୁ ସଙ୍କେତ ଦେଇଛନ୍ତି ।

lockdown
ମହାରାଷ୍ଟ୍ରରେ ମେ 31 ଯାଏଁ ବୃଦ୍ଧି ହୋଇପାରେ ଲକଡାଉନ !

ମୁମ୍ବାଇ: ସମଗ୍ର ଦେଶରେ 81 ହଜାର ପାର କରିଛି ଆକ୍ରାନ୍ତଙ୍କ ସଂଖ୍ୟା । ଦେଶର କୋରୋନା ଭାଇରସ ସଂକ୍ରମଣ ଦୃଷ୍ଟିରୁ ମହାରାଷ୍ଟ୍ର ସର୍ବାଧିକ ପ୍ରଭାବିତ ରାଜ୍ୟ ଅଟେ । ମହାରାଷ୍ଟ୍ରରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 25, 922 ରେ ପହଞ୍ଚିଛି। ମହାରାଷ୍ଟ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଗତ 24 ଘଣ୍ଟା ମଧ୍ୟରେ 1602ଟି ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ମହାରାଷ୍ଟ୍ରରେ ବର୍ତ୍ତମାନ ସୁଦ୍ଧା 1019 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହି ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ଦେଖି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଆସନ୍ତା ମେ 31 ପର୍ଯ୍ୟନ୍ତ ଲକଡାଉନ ବୃଦ୍ଧି କରିବାକୁ ସଙ୍କେତ ଦେଇଛନ୍ତି ।

ମହାରାଷ୍ଟ୍ର ସରକାର ବୈଠକରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଉପରେ ଚିନ୍ତାବ୍ୟକ୍ତ କରି ମେ 31 ତାରିଖ ପର୍ଯ୍ୟନ୍ତ ଲକଡାଉନକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ବୈଠକରେ କୁହାଯାଇଚି ଯେ, ରାଜ୍ୟର କିଛି ସ୍ଥାନରେ ସାମାନ୍ୟ ଛାଡ ଦିଆଯିବ । କିନ୍ତୁ ମୁମ୍ବାଇ (ଏମଏମଆର), ପୁନେ, ସୋଲାପୁର, ଔରଙ୍ଗାବାଦ ଏବଂ ମାଲେଗାଓଁରେ ଲକଡାଉନରେ କୌଣସି ଛାଡ ଦିଆଯିବନାହିଁ। ଏଥିସହ ଏହି ବୈଠକରେ କୁହାଯାଇଛି ଯେଉଁ ଅଞ୍ଚଳରେ 50ରୁ ଅଧିକ କୋରୋନା ମାମଲା ରହିଛି ସେଠାରେ କୌଣସି ପ୍ରକାରର ଛାଡ ଦିଆଯିବ ନାହିଁ । ଗ୍ରୀନ ଜୋନ ଅଞ୍ଚଳକୁ ଅଧିକ ଛାଡ ଦିଆଯିବ ବୋଲି ବୈଠକରେ କୁହାଯାଇଛି ।

ପ୍ରକାଶ ଥାଉକି, ଦେଶରେ ସର୍ବାଧିକ କୋରୋନା ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ରର ମୁମ୍ବାଇର ସ୍ଥିତି ଶୋଚନୀୟ ରହିଛି । ସେଠାରେ ଗତ 24 ଘଣ୍ଟାରେ 998 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 25 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। େବଳି ସ୍ଥିତିକୁ ଆକଳନ କଲେ ମୁମ୍ବାଇରେ ପ୍ରତି ଘଣ୍ଟାରେ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟୁଛି । ବର୍ତ୍ତମାନମୁମ୍ବାଇରେ ଆକ୍ରାନ୍ତଙ୍କ ସଂଖ୍ୟା 16579 କୁ ବୃଦ୍ଧି ପାଇଥିବାବେଳେ 621 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

Last Updated : May 15, 2020, 2:18 PM IST

ABOUT THE AUTHOR

...view details