ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାସଭବନ ମାତୋଶ୍ରୀକୁ ବୋମାରେ ଉଡାଇବା ନେଇ ଧମକପୂର୍ଣ୍ଣ କଲ ଆସିଥିବା ଅଭିଯୋଗ । ଅଣ୍ଡରଓ୍ବାର୍ଲଡ ଡନ ଦାଉଦ ଇବ୍ରାହିମ ନାଁରେ ଏହି କଲ ଆସିଥିବା ସୂଚନା ମିଳିଛି ।
ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ ବାନ୍ଦ୍ରା ସ୍ଥିତି ବାସଭବନକୁ ଏହି ଧମକପୂର୍ଣ୍ଣ ଫୋନ କଲ ଆସିଥିଲା । ଦୁବାଇରୁ ଲ୍ୟାଣ୍ଡ୍ଫୋନ ଜରିଆରେ ଅଣ୍ଡରଓ୍ବାର୍ଲଡ ଡନ ଦାଉଦ ଇବ୍ରାହିମ ନାଁରେ 4ଟି କଲ ଆସିଥିବା ଜଣାପଡିଛି ।