ମୁମ୍ବାଇ: ଆଉ କିଛିଦିନ ପରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ । ଉଭୟ ଶିବସେନା ଓ ବିଜେପି ମଧ୍ୟରେ ଆସନ ଭାଗବଣ୍ଟାକୁ ନେଇ ବିଚାର ବିମର୍ଷ ଚାଲିଥିବା ମଧ୍ୟରେ ଶିବସେନା ପ୍ରମୁଖ ଉଦ୍ଧବ ଠାକରେଙ୍କ ପକ୍ଷରୁ ଏକ ବଡ ବୟାନ ସାମ୍ନାକୁ ଆସିଛି । ଉଦ୍ଧବ ନିଜ ଦିବଙ୍ଗତ ପିତା ବାଲା ସାହେବ ଠାକରେଙ୍କ ପ୍ରତିଜ୍ଞାକୁ ସ୍ମରଣ କରିଛନ୍ତି । ଜଣେ 'ଶିବ ସୈନିକ'ଙ୍କୁ ହିଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ କରିବେ ବୋଲି ଉଦ୍ଧବ କହିଛନ୍ତି । ଉଦ୍ଧବଙ୍କ ଏହି ମନ୍ତବ୍ୟ ପରେ ମହାରାଷ୍ଟ୍ର ରାଜନିତୀର ଉଷ୍ମତା ବଢିଯାଇଛି ।
ପିତାଙ୍କ ପ୍ରତିଜ୍ଞାକୁ ସ୍ମରଣ କଲେ ଉଦ୍ଧବ ଠାକରେ
ଦିବଙ୍ଗତ ପିତା ବାଲା ସାହାବ ଠାକରେଙ୍କ ପ୍ରତିଜ୍ଞାକୁ ସ୍ମରଣ କଲେ ପୁଅ ଉଦ୍ଧବ ଠାକରେ ଜଣେ ଶିବ ସୈନିକଙ୍କୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ କରାଇବାକୁ ପ୍ରତିଜ୍ଞା କରିଥିଲେ ବାଲା ସାହାବ । ପିତାଙ୍କ ଏହି ପ୍ରତିଜ୍ଞାକୁ ପୁରା କରିବାକୁ ସଂକଳ୍ପ ବଦ୍ଧ ଥିବା ବାନ୍ଦ୍ରାର ଏକ ରାଲିରେ ଉଦ୍ଧବ କହିଛନ୍ତି ।
ଶିବସେନା ଆଗାମୀ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଏନଡିଏ ଶାସନରେ ନିଜର କ୍ଷମତାକୁ ପୂର୍ବଭଳି ଶକ୍ତିଶାଳି କରିବାକୁ ପ୍ରୟାସ କରୁଛି । ଏଥିପାଇଁ ପାର୍ଟି ଉଦ୍ଧବଙ୍କ ପୁଅ ଆଦିୟ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ ପଦର ଚେହେରା ଭାବେ ଆଗକୁ ଆଣିବାକୁ ଚାହୁଁଛି । ଜଣେ ଶିବ ସୈନିକଙ୍କୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ କରାଇବାକୁ ଶିବସେନା ସଂସ୍ଥାପକ ବାଲା ସାହେବ ଠାକରେ ପ୍ରତିଜ୍ଞା କରିଥିଲେ । ପିତାଙ୍କ ଏହି ପ୍ରତିଜ୍ଞାକୁ ପୁରା କରିବାକୁ ସଂକଳ୍ପ ବଦ୍ଧ ଥିବା ପୁଅ ଉଦ୍ଧବ କହିଛନ୍ତି ।
ବାନ୍ଦ୍ରାରେ ପାର୍ଟି କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ ସମୟରେ ଅମିତ ଶାହାଙ୍କ ସହ ଆଲେଚନା ଆଗକୁ ବଢୁଥିବା ଉଦ୍ଧବ କହିଛନ୍ତି । ବିଜେପି ଓ ଶିବସେନା ମଧ୍ୟରେ ସିଟ ଭାଗବଣ୍ଟାର ଅନ୍ତିମ ନିର୍ଣ୍ଣୟର ଘୋଷଣା ଶିଘ୍ର ହେବ ବୋଲି ଉଦ୍ଧବ କହିଛନ୍ତି ।