ଓଡିଶା

odisha

ETV Bharat / bharat

ପୁରିଲା ଶହେ ବର୍ଷ, ଶନିବାର ଅଯୋଧ୍ୟା ଯିବେ ଉଦ୍ଧବ - Uddhav Thackeray Ayodhya visit

ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେବା ପରେ ଶନିବାର ପ୍ରଥମ ଅଯୋଧ୍ୟା ଗସ୍ତ କରିବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ମହାରାଷ୍ଟ୍ର ସରକାରକୁ ପୁରିଛି 100 ବର୍ଷ । ଅଧିକ ପଢନ୍ତୁ...

ପୁରିଲା ଶହେ ବର୍ଷ, ଶନିବାର ଅଯୋଧ୍ୟା ଯିବେ ଉଦ୍ଧବ
ପୁରିଲା ଶହେ ବର୍ଷ, ଶନିବାର ଅଯୋଧ୍ୟା ଯିବେ ଉଦ୍ଧବ

By

Published : Mar 6, 2020, 11:36 PM IST

ମୁମ୍ବାଇ: ମହାରାଷ୍ଟ୍ର ସରକାରକୁ ପୁରିଛି 100 ବର୍ଷ । ଏହି ଅବସରରେ ଶନିବାର ଅଯୋଧ୍ୟା ଯିବେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ହେଲେ କରୋନାଭାଇରସ କାରଣରୁ ସରଯୁ ନଦୀ କୂଳରେ ଆୟୋଜିତ 'ଆରତୀ' କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ନାହିଁ ଉଦ୍ଧବ | ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେବା ପରେ ଏହା ତାଙ୍କ ପ୍ରଥମ ଅଯୋଧ୍ୟା ଗସ୍ତ ।

ଶିବସେନା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ଶୁକ୍ରବାର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ବ୍ୟବସ୍ଥା ବିଷୟରେ ଆଲୋଚନା କରିଥିଲେ। ଶିବସେନା ନେତୃତ୍ବାଧିନ ନୂତନ ମହାରାଷ୍ଟ୍ରର ସରକାରଙ୍କ 100 ଦିନ ପୂର୍ତ୍ତି ଅବସରରେ ଉଦ୍ଧବଙ୍କ ଅଯୋଧ୍ୟା ଗସ୍ତ ନେଇ ଘୋଷଣା କରାଯାଇଥିଲା। ଗତବର୍ଷ ନଭେମ୍ବର 28ରେ ଉଦ୍ଧବ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ ।

@ANI

ABOUT THE AUTHOR

...view details