ମୁମ୍ବାଇ: ମହାରାଷ୍ଟ୍ରରେ ସରକାର ଗଠନ ଏବଂ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ ପରେ ବିଭାଗ ଭାଗବଣ୍ଟାକୁ ନେଇ ଜାରି ରହିଥିବା ସସ୍ପେନ୍ସ ଉପରୁ ପରଦା ଉଠିଛି । ମହା ବିକାଶ ଅଘାଡିର 3 ଦଳ ମଧ୍ୟରେ ଜାରି ରହିଥିବା ମାରାଥନ ବୈଠକ ପରେ ଶେଷରେ ଶନିବାର ରାତିରେ ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବଣ୍ଟନ କରିଛନ୍ତି ଉଦ୍ଧବ ସରକାର । ଏହାପରେ ଉଦ୍ଧବଙ୍କ ପକ୍ଷରୁ ଏହି ଭାଗବଣ୍ଟା ସୂଚିକୁ ମଞ୍ଜୁରୀ ପାଇଁ ରାଜ୍ୟପାଳ ଭଗତ ସିଂହ କେଶୟାରୀଙ୍କ ନିକଟରୁ ପଠାଯାଇଥିଲା । ଯାହାକୁ ରାଜ୍ୟପାଳ ଆଜି ସକାଳୁ ଅନୁମୋଦନ କରିଛନ୍ତି ।
ମହାରାଷ୍ଟ୍ରରେ ବିଭାଗ ଭାଗବଣ୍ଟା, ଏନସିପି ହାତରେ 2 ବଡ ଦାୟିତ୍ବ - ମହାରାଷ୍ଟ୍ରରେ ବିଭାଗ ଭାଗବଣ୍ଟା
ଶନିବାର ରାତିରେ ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବଣ୍ଟନ କରିଛନ୍ତି ଉଦ୍ଧବ ସରକାର । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିଜ ପାଖରେ ସାଧାରଣ ପ୍ରଶାସନ ବିଭାଗ ରଖିଥିବାବେଳେ ଏନସିପି ନେତା ଅନିଲ ଦେଶମୁଖଙ୍କୁ ଗୃହ ବିଭାଗର ଦାୟିତ୍ବ ଦେଇଛନ୍ତି । ସେହିପରି ଅଜିତ ପାୱାରଙ୍କୁ ଅର୍ଥ ବିଭାଗର ଦାୟିତ୍ବ ଦିଆଯାଇଛି ।
ତେବେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିଜ ପାଖରେ ସାଧାରଣ ପ୍ରଶାସନ ବିଭାଗ ରଖିଥିବାବେଳେ ଏନସିପି ନେତା ଅନିଲ ଦେଶମୁଖଙ୍କୁ ଗୃହ ବିଭାଗର ଦାୟିତ୍ବ ଦେଇଛନ୍ତି । ସେହିପରି ଅଜିତ ପାୱାରଙ୍କୁ ଅର୍ଥ ବିଭାଗର ଦାୟିତ୍ବ ଦିଆଯାଇଛି । ଏହା ବ୍ୟତୀତ ଶିବସେନା ନେତା ତଥା ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେଙ୍କୁ ପର୍ଯ୍ୟଟନ ଏବଂ ପରିବେଶ ବିଭାଗର ଦାୟିତ୍ବ ଦିଆଯାଇଛି । ଏନସିପି ନେତା ରାଜେଶ ତୋପେଙ୍କୁ ସ୍ବାସ୍ଥ୍ୟ ବିଭାଗ ଦିଆଯାଇଛି । ସେପଟେ ନୂଆକରି ମନ୍ତ୍ରୀ ପଦ ପାଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହ୍ବାନଙ୍କୁ ଉଦ୍ଧବ ସରକାରରେ ସହର ବିକାଶ ବିଭାଗ ଦିଆଯାଇଛି । ତେବେ ଗୃହ ବିଭାଗ ସମେତ ଅନେକ ବଡ ବିଭାଗର ଦାୟିତ୍ବ ଏନସିପିକୁ ମିଳିଛି ।
ସୂଚନାଯୋଗ୍ୟ ଯେ, ସରକାର ଗଠନର ପ୍ରାୟ ମାସେ ପରେ ଡିସେମ୍ବର ମାସ ଅନ୍ତିମରେ ଉଦ୍ଧବ ସରକାର ନିଜ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରିଥିଲେ। ଏଥିରେ ୩୬ ଜଣ ମହା ବିକାଶ ଅଘାଡ଼ି ମେଣ୍ଟର ବିଧାୟକ ମନ୍ତ୍ରୀ ଭାବରେ ଶପଥ ନେଇଥିଲେ। ଏହି ନୂଆ ମନ୍ତ୍ରିମଣ୍ଡଳରେ ଉଦ୍ଧବ ଅଳ୍ପ ବରିଷ୍ଠ ନେତା ଏବଂ ଅଧିକାଂଶ ଯୁବ ବର୍ଗଙ୍କୁ ସାମିଲ୍ କରିଛନ୍ତି।