ଓଡିଶା

odisha

ETV Bharat / bharat

ମହାରାଷ୍ଟ୍ରରେ 6 ମାସ ଯାଏଁ ବାଧ୍ୟତାମୂଳକ ମାସ୍କ: ଉଦ୍ଧବ ଠାକରେ - no night curfew

ରବିବାର ସୋସିଆଲ ମିଡିଆରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ଯେ ଆସନ୍ତା 6 ମାସ ପାଇଁ ରାଜ୍ୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ। ଅଧିକ ପଢନ୍ତୁ...

ଉଦ୍ଧବ ଠାକରେ
ଉଦ୍ଧବ ଠାକରେ

By

Published : Dec 20, 2020, 6:56 PM IST

ମୁମ୍ବାଇ: କୋରୋନା ଦ୍ବାରା ଅଧିକ ପ୍ରଭାବିତ ରାଜ୍ୟମାନଙ୍କ ମଧ୍ୟରୁ ମହାରାଷ୍ଟ୍ର ଅନ୍ୟତମ । ଏହାର ମୁକାବିଲା ପାଇଁ ସରକାର ମଧ୍ୟ ଯଥାସମ୍ଭବ ଚେଷ୍ଟା କରୁଛନ୍ତି। ରବିବାର ସୋସିଆଲ ମିଡିଆରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ଯେ ଆସନ୍ତା 6 ମାସ ପାଇଁ ରାଜ୍ୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ।

ଠାକରେ ଆହୁରି ମଧ୍ୟ କହିଛନ୍ତି ଯେ କୋରୋନା ସମ୍ବନ୍ଧୀୟ ବିଶେଷଜ୍ଞମାନେ କହିଛନ୍ତି ଯେ ରାଜ୍ୟରେ ପୁଣିଥରେ ଲକଡାଉନ୍ କିମ୍ବା ରାତ୍ରୀ କର୍ଫ୍ୟୁ ଲାଗୁ କରିବା ଉଚିତ୍ କିନ୍ତୁ ଆମ ସରକାର ଏହା କରିବାକୁ ଚାହୁଁନାହାଁନ୍ତି । ନୂଆ ବର୍ଷ ପାଳନ ସମୟରେ କୋରୋନା ସହ ଜଡିତ ସତର୍କତା ଅବଲମ୍ବନ କରିବାକୁ ଠାକରେ ଲୋକଙ୍କୁ ନିବେଦନ କରିଛନ୍ତି ।

ସୋସିଆଲ ମିଡିଆରେ ସୂଚନା ଦେଇ ଠାକରେ ଆହୁରି ମଧ୍ୟ କହିଛନ୍ତି ଯେ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ଆସନ୍ତା 6 ମାସ ପାଇଁ ଅଭ୍ୟାସ ହେବା ଉଚିତ । ଲୋକଙ୍କୁ କୋରୋନା ବିଷୟରେ ଅବଗତ କରାଇ ଠାକରେ ଆହୁରି କହିଛନ୍ତି, ୟୁରୋପୀୟ ଦେଶମାନଙ୍କରେ କୋରୋନାର ଦ୍ବିତୀୟ ଷ୍ଟ୍ରେନ୍ ଯେପରି ଚିହ୍ନଟ ହୋଇଛି, ଏଥିରୁ ସ୍ପଷ୍ଟ ହୋଇଛି ଯେ ସତର୍କତା ଅବଲମ୍ବନ କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ।

ଶନିବାର ମହାରାଷ୍ଟ୍ରରେ 3,940ଟି ନୂଆ କୋରୋନା ମାମଲା ଚିହ୍ନଟ ହୋଇଛି । ରାଜ୍ୟରେ ମୋଟ କୋରୋନା ସଂକ୍ରମିତ ସଂଖ୍ୟା 18,92,707 ରେ ପହଞ୍ଚିଛି। ଶନିବାର 74 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ରାଜ୍ୟରେ କୋରୋନାରେ ମୃତ୍ୟୁବରଣ କରିଥିବା ସାଧାରଣ ନାଗରିକଙ୍କ ସଂଖ୍ୟା ବର୍ତ୍ତମାନ 48,648 ରେ ପହଞ୍ଚିଛି।

ABOUT THE AUTHOR

...view details