ଓଡିଶା

odisha

ETV Bharat / bharat

ମୁମ୍ବାଇରେ ସେନା ମୁତୟନ ହେବାକୁ ଗୁଜବ କହିଲେ ଉଦ୍ଧବ ଠାକରେ - ମୁମ୍ବାଇରେ ସେନା ମୁତୟନ ଗୁଜବ

2-3 ଦିନରୁ ମୁମ୍ବାଇକୁ ନେଇ ଅନେକ ଗୁଜବ ପ୍ରଚାର ଚାଲିଛି। ମୁମ୍ବାଇରେ ସେନା ମୁତୟନ ହେବାର ଗୁଜବ ଚାଲିଛି। ମୁମ୍ବାଇରେ ଦୋକାନ ବନ୍ଦକୁ ନେଇ ଏକ ଗୁଜବ ମଧ୍ୟ ରହିଛି।

uddav thakrey
ମୁମ୍ବାଇରେ ସେନା ମୁତୟନ

By

Published : May 9, 2020, 2:28 PM IST

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଔରଙ୍ଗାବାଦ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ‘ଶ୍ରମିକଙ୍କ ମୃତ୍ୟୁ ମୋତେ ଗଭୀର ଆଘାତ ଦେଇଛି। ମୁଁ ଶ୍ରମିକମାନଙ୍କୁ ନିଶ୍ଚିତ କରୁଛି ଯେ ସରକାର ସେମାନଙ୍କ ସହ ଅଛନ୍ତି। ଆମେ ବସ୍ ଓ ଟ୍ରେନ୍ ବ୍ୟବସ୍ଥା କରୁଛୁ । ଆମେ ସେମାନଙ୍କ ରହିବା ଓ ଖାଦ୍ୟ ପାଇଁ ମଧ୍ୟ ବ୍ୟବସ୍ଥା କରୁଛୁ । ଶ୍ରମିକମାନଙ୍କୁ ଚିନ୍ତା କରିବାକୁ ପଡିବ ନାହିଁ । ସେମାନେ ନିଜ ରାଜ୍ୟକୁ ପାଦରେ ଚାଲି ଯାଆନ୍ତୁ ନାହିଁ ’ । ସେ ଏହା ମଧ୍ୟ କହିଛନ୍ତି ଯେ 2-3 ଦିନରୁ ମୁମ୍ବାଇକୁ ନେଇ ଅନେକ ଗୁଜବ ପ୍ରଚାର ଚାଲିଛି। ମୁମ୍ବାଇରେ ସେନା ମୁତୟନ ହେବାର ଗୁଜବ ଚାଲିଛି। ମୁମ୍ବାଇରେ ଦୋକାନ ବନ୍ଦକୁ ନେଇ ଏକ ଗୁଜବ ମଧ୍ୟ ରହିଛି।

ଅନ୍ୟପକ୍ଷେ ପୋଲିସ ଥକି ଯାଇଥିବା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି। ସେମାନେ ଚାପରେ ଜୀବନ ବିତାଉଛନ୍ତି । ସେମାନଙ୍କ ମଧ୍ୟରୁ କେତେକ ନିଜ ଜୀବନକୁ ଉତ୍ସର୍ଗ କରିଦେଇଛନ୍ତି। ସେମାନେ ମଧ୍ୟ ମଣିଷ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମେ ସେମାନଙ୍କୁ ବିଶ୍ରାମ ଦେବାକୁ ଚାହୁଁଛୁ ଓ ଆମେ ଅତିରିକ୍ତ ଶକ୍ତି ପାଇଁ କେନ୍ଦ୍ରକୁ ଅନୁରୋଧ କରିଛୁ। ଲୋକଙ୍କୁ ଏହା ଭାବି ଡରିବା ଉଚିତ୍ ନୁହେଁ ଯେ ଆମେ ସେନା ମୁତୟନ କରିବୁ ।

ଶୁକ୍ରବାର ଦଳର ସମସ୍ତ ନେତାଙ୍କ ସହ ଏକ ବୈଠକ କରିଥିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଆମେ ପ୍ରବାସୀ ଶ୍ରମିକମାନଙ୍କୁ ନିବେଦନ କରିଛୁ ଯେ ସେମାନଙ୍କୁ ରାଜ୍ୟ ଛାଡିବା ଆବଶ୍ୟକ ନାହିଁ। ଖାଦ୍ୟ ଓ ରହିବା ପାଇଁ ଆବଶ୍ୟକ ବ୍ୟବସ୍ଥା କରିଛୁ। ଆମେ ଅନ୍ୟ ରାଜ୍ୟ ସହିତ ମଧ୍ୟ ଯୋଗାଯୋଗରେ ଅଛୁ ଏବଂ ଆମେ ଟ୍ରେନସେବା ମଧ୍ୟ ଆରମ୍ଭ କରିଛୁ ।

ପ୍ରକାଶଥାଉକି, ଶୁକ୍ରବାର ସକାଳେ ମହାରାଷ୍ଟ୍ରର ଔରଙ୍ଗାବାଦରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଥିଲା । ଏଠାରେ ଟ୍ରେନ୍ ଟ୍ରାକରେ ଶୋଇଥିବା ପ୍ରବାସୀ ଶ୍ରମିକଙ୍କ ଉପରେ ଏକ ଟ୍ରେନ୍ ମାଜି ଦିଆଯାଇଥିଲା। ଔରଙ୍ଗାବାଦର ଜଲନା ରେଳ ଲାଇନ ନିକଟରେ ଏହି ଦୁର୍ଘଟଣା ଘଟି 16 ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଶୁକ୍ରବାର ସକାଳ ପ୍ରାୟ 6.30 ସମୟରେ ଔରଙ୍ଗାବାଦ-ଜଲନା ରେଳ ଲାଇନରେ ଏହି ଦୁର୍ଘଟଣା ଘଟିଛି। ଏହି ସମସ୍ତ ପ୍ରବାସୀ ଶ୍ରମିକ ଛତିଶଗଡରେ ନିଜ ଘରକୁ ଯାଉଥିଲେ।

ABOUT THE AUTHOR

...view details