ଓଡିଶା

odisha

ETV Bharat / bharat

ଉଦ୍ଧବ ଠାକରେଙ୍କ ଚେତାବନୀ: ‘ମୋ ସରକାର ହଟେଇବାକୁ ଚେଷ୍ଟା କରିଦେଖ’ - uddav thakrey interview on samna

ରାଜସ୍ଥାନରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି, ଯିଏ ମୋ ସରକାରକୁ ହଟାଇବାକୁ ଚାହୁଁଛି ହଟାନ୍ତୁ, ମୁଁ ବି ଦେଖିବି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ, ଶିବସେନା ମୁଖପତ୍ର ‘ସାମାନା’ରେ ଏହା କହିଛନ୍ତି ।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ

By

Published : Jul 26, 2020, 12:16 PM IST

ମୁମ୍ବାଇ: ରାଜସ୍ଥାନରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି, ‘ଯିଏ ମୋ ସରକାରକୁ ହଟାଇବାକୁ ଚାହୁଁଛି ହଟାନ୍ତୁ, ମୁଁ ବି ଦେଖିବି। ଅପେକ୍ଷା କାହାର । ଏବେ ସରକାରକୁ ହଟାନ୍ତୁ । ସରକାରଙ୍କ ଗାଡିର ତିନି ଚକିଆ ଯାନ, କିନ୍ତୁ ଏହା ଗରିବଙ୍କ ବାହନ । ଆଉ ଷ୍ଟିଅରିଂ ମୋ ହାତରେ ଅଛି । ଯଦି ମୋତେ ବୁଲେଟ୍ ଟ୍ରେନ୍ କିମ୍ବା ରିକ୍ସା ମଧ୍ୟରେ ବାଛିବାକୁ ପଡିବ, ତେବେ ମୁଁ ରିକ୍ସା ବାଛିବି ’ ।

ସେ କହିଛନ୍ତି, ‘ମୁଁ ଗରିବ ଲୋକଙ୍କ ସହ ଠିଆ ହେବି। ମୁଁ ମୋ ଭୂମିକାରେ ପରିବର୍ତ୍ତନ କରିବି ନାହିଁ । କେହି ଏହା ଭାବିବା ଉଚିତ୍ ନୁହେଁ ଯେ ମୁଁ ମୁଖ୍ୟମନ୍ତ୍ରୀ ହୋଇସାରିଛି ’ଶିବସେନା ମୁଖପତ୍ର ‘ସାମାନା’ରେ ଏହା କହିଛନ୍ତି ଉଦ୍ଧବ ଠାକରେ । ସେ ଏହା ମଧ୍ୟ କହିଛନ୍ତି ଯେ, ମହାରାଷ୍ଟ୍ରର ଅର୍ଥନୀତି ହ୍ରାସ ପାଇଛି କିନ୍ତୁ ଏହାର ବାଟ ନିଶ୍ଚିତ ବାହାରିବ ।

ଅପରେସନ୍ ଲୋଟସ୍ ମହାରାଷ୍ଟ୍ରରେ ସଫଳ ହେବ କି ନାହିଁ ? ଏହି ପ୍ରଶ୍ନର ଉତ୍ତରରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କରିବା ଆଉ ଦେଖିବା । ମୁଁ ପୂର୍ବାନୁମାନ କିପରି କରିବି ? ସେ ଏହା ମଧ୍ୟ କହିଛନ୍ତି ଯେ, ଆପଣଙ୍କ ଦଳରେ ଏପରି କଣ ନାହିଁ ଯେ ଆପଣ ଅନ୍ୟ ଦଳକୁ ଯାଉଛନ୍ତି । ଯେଉଁ ସ୍ଥାନରେ ଏସବୁ ହେଉଛି, ସେ ସ୍ଥାନରେ ବ୍ୟବହାର କରନ୍ତୁ ଓ ପରେ ଫୋପାଡି ଦିଅନ୍ତୁ ରଣନୀତି ରହିଛି ।

ତିନି ଚକିଆ ସରକାରଙ୍କ ଦାୟିତ୍ବ ବିଷୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସରକାର ତିନି ଚକିଆ, କିନ୍ତୁ ଏହା ଗରିବଙ୍କ ପାଇଁ ଏକ ଯାନ। ଏହାସହ କେନ୍ଦ୍ର କେତେ ଚକିଆ ସରକାର ପ୍ରଶ୍ନ କରିବାରୁ ସେ କହିଥିଲେ, ଗତ ଏନଡିଏର ବୈଠକରେ 30-35 ଚକ ଦେଖିବାକୁ ପାଇଥିଲି । ଅର୍ଥାତ ପୁରା ରେଳଗାଡି ।

ABOUT THE AUTHOR

...view details