ଓଡିଶା

odisha

By

Published : Apr 28, 2020, 5:59 PM IST

ETV Bharat / bharat

ଇନ୍ଦୋରରେ ଉବେର ଆମ୍ବଲାନ୍ସ ସେବାକୁ ମଞ୍ଜୁରୀ

ଇନ୍ଦୋରରେ ଜରୁରୀକାଳୀନ ସେବା ପାଇଁ ଉବେର ଏମର୍ଜେନ୍ସୀ ସେବା ଆମ୍ବୁଲାନ୍ସକୁ ମଞ୍ଜୁରି ଦିଆଯାଇଛି । ଏହାକୁ ସମ୍ପୂର୍ଣ୍ଣ ଭାବେ ପରିଚାଳିତ କରିବେ ଜିଲ୍ଲା ପ୍ରଶାସନ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଇନ୍ଦୋରରେ ଉବେର ଆମ୍ବଲାନ୍ସ ସେବାକୁ ମଞ୍ଜୁରୀ
ଇନ୍ଦୋରରେ ଉବେର ଆମ୍ବଲାନ୍ସ ସେବାକୁ ମଞ୍ଜୁରୀ

ଭୋପାଳ: ମହାମାରୀ କୋରୋନା ଭାଇରସ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ମଧ୍ୟପ୍ରଦେଶରେ ସମସ୍ତ ବ୍ୟକ୍ତିଗତ ପରିବହନ ସେବା ବନ୍ଦ କରିଦିଆଯାଇଛି । ଇନ୍ଦୋରରେ ଜରୁରୀକାଳୀନ ସେବା ପାଇଁ ଉବେର ଏମର୍ଜେନ୍ସୀ ସେବା ଆମ୍ବୁଲାନ୍ସକୁ ମଞ୍ଜୁରି ଦିଆଯାଇଛି । ଅଧିକାରୀଙ୍କ ସୂଚନା ଅନୁସାରେ ଜିଲ୍ଲାଧିକାରୀ ମନୀଷ ସିଂହ କୋଭିଡ-19 ସମ୍ବନ୍ଧିତ ଜରୁରୀକାଳୀନ ବ୍ୟବସ୍ଥା ପାଇଁ ଉବର କ୍ୟାବ୍ ପ୍ରାଇଭେଟ ଲିମିଟେଡକୁ ଉବେର ଏମର୍ଜେନ୍ସି ଆମ୍ବୁଲାନ୍ସ ସେବା ଭାବେ ଆରମ୍ଭ କରିବାର ଅନୁମତି ଦେଇଛନ୍ତି ।

ଜିଲ୍ଲା ଅଧିକାରୀଙ୍କ ଦ୍ବାରା ଅନୁମତି ଦିଆଯିବା ସହ ଅବଶ୍ୟକୀୟ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ଉବେର କ୍ୟାବ ଦ୍ବାରା ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ଆରମ୍ଭ କରାଯିବ । ଏଭଳି ପ୍ରେତ୍ୟେକ ଉବେରକୁ ଆମ୍ବୁଲାନ୍ସ ଭାବେ ବ୍ୟବହାର କରାଯିବା ପରେ ସମସ୍ତ ଜାନକୁ ସାନିଟାଇଜ ମଧ୍ୟ କରାଯିବ । ତେବେ ସାନିଟାଇଜ ସମ୍ବନ୍ଧିତ ସାମଗ୍ରୀ ଉବେର କମ୍ପାନୀ ଦ୍ବାରା ପ୍ରଦାନ କରାଯିବ ।

ଏହାଛଡା ଆମ୍ବୁଲାନ୍ସ ଚାଳକଙ୍କୁ ଆବଶ୍ୟକୀୟ ସୁରକ୍ଷା ସାମଗ୍ରୀ ଯେପରିକି, ହ୍ୟାଣ୍ଡ ଗ୍ଲୋବ୍ସ, ମାସ୍କ, କ୍ୟାପ୍ ଇତ୍ୟାଦି ପିନ୍ଧିବା ବାଧ୍ୟତାମୂଳକ ହେବ । ଏହି ଆମ୍ବୁଲାନ୍ସର ଟ୍ରିପ ମାତ୍ର ନିର୍ଦ୍ଧାରିତ ଡାକ୍ତରଖାନାରେ ଯାଇ ସମ୍ପୂର୍ଣ୍ଣ ହେବ । ଏନେଇ ଜିଲ୍ଲାପାଳ କହିଛନ୍ତି ଯେ ଉକ୍ତ ସେବାର ପ୍ରଥମ ଚରଣରେ ମୋଟ 50 ଆମ୍ବୁଲାନ୍ସରୁ ବ୍ୟବହାର କରାଯିବ । ଏହାସହ ଜିଲ୍ଲାପ୍ରଶାସନ ଦ୍ବାରା ଏହି ଆମ୍ବୁଲାନ୍ସର ସଞ୍ଚାଳନ କରାଯିବ ।

ABOUT THE AUTHOR

...view details