ଓଡିଶା

odisha

ETV Bharat / bharat

ଜୁମ୍-କଲ୍ ରେ ଚାକିରୀ ନେଲା ଉବେର, 3,700 କର୍ମଚାରୀଙ୍କୁ ଛଟେଇ ଛାଟ - କୋଭିଡ୍ ଛାଟ

ମାତ୍ର ତିନି ମିନିଟରୁ କମ୍ ସମୟ ମଧ୍ୟରେ ଜୁମ କଲରେ ବାର୍ତ୍ତାଳାପ ହେଲା ସତ କିନ୍ତୁ କାର୍ଯ୍ୟସୂଚି ସୂଚନା ବଦଳରେ ଶୁଭିଲା, ଆଜି ଆପଣଙ୍କର ଶେଷ କାର୍ଯ୍ୟ ଦିବସ । ଏତିକିରେ କର୍ମଚାରୀଙ୍କ କଲ୍ କଟୁଥିଲା। ହେଲେ ଏକ ରୋଜଗାର ଉଜୁଡିଯିବାର ଉଦାସୀନତା ଉବେର କର୍ମଚାରୀଙ୍କୁ ଅଣନିଶ୍ବାସୀ କରି ଦେଇଛି।

Uber lays off 3,700 workers
ଜୁମ୍-କଲରେ ଚାକିରୀ ନେଲା ଉବେର , 3,700 କର୍ମଚାରୀଙ୍କୁ ଛଟେଇ ଛାଟ

By

Published : May 15, 2020, 12:00 PM IST

ନୂଆଦିଲ୍ଲୀ: ସାଧାରଣ ଦିନ ପରି ଅଫିସିଆଲ୍ ଜୁମ୍ ଆପ୍ କର୍ମଚାରୀ ଖୋଲା ରଖି ଥିଲେ। କମ୍ପାନୀ ପକ୍ଷରୁ କଲ୍ ବି ଆସିଥିଲା। ନିଜକୁ ଦୈନଦିନ କାର୍ଯ୍ୟ ସମ୍ବନ୍ଧୀୟ ସୂଚି ପାଇଁ ଯୋଜନା ବୁଝିବା ଆଗରୁ ଵରଖାସ୍ତର ପରଓ୍ବାନା ଜାରୀ ହୋଇ ସାରିଥିଲା। ମାତ୍ର ତିନି ମିନିଟରୁ କମ୍ ସମୟ ମଧ୍ୟରେ ବାର୍ତ୍ତାଳାପ ହେଲା ସତ କିନ୍ତୁ କାର୍ଯ୍ୟସୂଚି ସୂଚନା ବଦଳରେ ଶୁଭିଲା, ଆଜି ଆପଣଙ୍କର ଶେଷ କାର୍ଯ୍ୟ ଦିବସ ହେବ। ଏତିକିରେ କର୍ମଚାରୀଙ୍କ କଲ୍ କଟୁଥିଲା। ହେଲେ ଏକ ରୋଜଗାର ଉଜୁଡିଯିବାର ଉଦାସୀନତା ସେମାନଙ୍କୁ ଅଣନିଶ୍ବାସୀ କରି ଦେଇଥିଲା।

ଵିଶ୍ଵର ନାମଜାଦା "ରାଇଡ୍-ହେଲିଂ ଆପ୍ ଉବେର ପ୍ରାୟ 3,700 କର୍ମଚାରୀ ତଥା ପ୍ରାୟ 14 ପ୍ରତିଶତ କର୍ମଜୀବୀଙ୍କୁ ଏକାଧିକ ଜୁମ୍ କଲ୍ ମାଧ୍ୟମରେ ବରଖାସ୍ତ କରିଛି ଏବଂ ପ୍ରତ୍ୟେକ କଲ୍ ତିନି ମିନିଟରୁ କମ୍ ସମୟ ଧରି ଚାଲିଥିଲା। କଲ୍ ମାଧ୍ୟମରେ ଏକକାଳୀନ କର୍ମଚାରୀ ବହିଷ୍କାର କ୍ଷେତ୍ରରେ ଇତିହାସ ରଚଛି ଏହି ରାଇଡିଂ ଆପ୍।

ଗତ ସପ୍ତାହରେ, କୋଭିଡ୍-19 ମହାମାରୀ ଯୋଗୁଁ କମ୍ପାନୀର ବ୍ୟବସାୟ ଉପରେ ଏହାର ପ୍ରଭାବକୁ ଦୃଷ୍ଟିରେ ରଖି ଅପରେଟିଂ ଖର୍ଚ୍ଚ ହ୍ରାସ କରିବା ଉଦ୍ଦେଶ୍ୟରେ ଉବେର ଟେକ୍ନୋଲୋଜି ପ୍ରାୟ 3,700 ପୂର୍ଣ୍ଣକାଳୀନ କର୍ମଚାରୀଙ୍କୁ ଛୁଟିରେ ପଠାଇବା ବା ବହିଷ୍କାର କରିଵାକୁ ଘୋଷଣା କରିଥିଲା।

ବର୍ତ୍ତମାନ, କୋଭିଡ୍-19 କାରଣରୁ ରାଇଡ୍ ବ୍ୟବସାୟ ଅଧାରୁ ଅଧିକ ହ୍ରାସ ପାଇଛି। କଷ୍ଟସାଧ୍ୟ ତଥା ଦୁର୍ଭାଗ୍ୟଜନକ ବାସ୍ତବତା ହେଉଛି, ଅନେକ ଫ୍ରଣ୍ଟ ଲାଇନ ଗ୍ରାହକ-କର୍ମଚାରୀଙ୍କ ପାଇଁ ପର୍ଯ୍ୟାପ୍ତ କାମ ନାହିଁ। ଉବେର୍ ଫିନିକ୍ସର ମୁଖ୍ୟ ରଫିନ୍ ଚାଭେଲେଓ ସେଣ୍ଟର ଅଫ୍ ଏକ୍ସଲେନ୍ସ, କର୍ମଚାରୀମାନଙ୍କୁ ଏହା ସୂଚନା ଦେଇଥିଲେ।

ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ୍ କମିଶନ (SEC) ସହିତ ଏକ ନିୟାମକପତ୍ରରେ ଉବେର ପକ୍ଷରୁ କୁହାଯାଇଛି ଯେ, ଏହାର ରାଇଡ୍ ସେଗମେଣ୍ଟରେ ଟ୍ରିପ୍ ଭଲ୍ୟୁମ୍ ଏବଂ କମ୍ପାନୀର ବର୍ତ୍ତମାନର ନିଯୁକ୍ତି ଫ୍ରିଜ୍ କାରଣରୁ ଏହା ଗ୍ରାହକଙ୍କ ସମର୍ଥନ ହ୍ରାସ କରୁଛି। ଯାହା କମ୍ପାନୀ ପାଇଁ ବିପଦ। ଆମର ରାଇଡ୍ ଟ୍ରିପ୍ ଭଲ୍ୟୁମ୍ ଯଥେଷ୍ଟ ହ୍ରାସ ପାଇବା ସହିତ ଯୋଗାଯୋଗ ହ୍ରାସ ପାଇଛି।

ABOUT THE AUTHOR

...view details