ଓଡିଶା

odisha

ETV Bharat / bharat

ରାଜ୍ୟସଭାରେ ପାସ ହେଲା ୟୁଏପିଏ ବିଲ - ୟୁଏପିଏ ବିଲ୍‌

ବେଆଇନ କାର୍ଯ୍ୟକଳାପ ନିରୋଧ (ୟୁଏପିଏ)ସଂଶୋଧନ ବିଲ ୨୦୧୯ ଶୁକ୍ରବାର ରାଜ୍ୟସଭାରେ ପାରିତ  ହୋଇଛି । ଏହି ବିଲ୍‌ ଅନୁଯାୟୀ କେନ୍ଦ୍ର ସରକାର ଏଣିକି କେବଳ ସଂଗଠନ ନୁହେଁ ବରଂ କୌଣସି ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ଆତଙ୍କବାଦୀ ଘୋଷଣା କରିପାରିବେ ।

ଫାଇଲ ଫଟୋ

By

Published : Aug 2, 2019, 5:17 PM IST

Updated : Aug 2, 2019, 6:36 PM IST

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଦିଗରେ କେନ୍ଦ୍ର ସରକାରଙ୍କୁ ବଡ ସଫଳତା ମିଳିଛି । ବହୁ ବାଦ ବିବାଦ ପରେ ବେଆଇନ କାର୍ଯ୍ୟକଳାପ ନିରୋଧ (ୟୁଏପିଏ)ସଂଶୋଧନ ବିଲ ୨୦୧୯ ଶୁକ୍ରବାର ରାଜ୍ୟସଭାରେ ପାରିତ ହୋଇଛି । ତେବେ ଏହି ବିଲ୍‌ ଅନୁଯାୟୀ କେନ୍ଦ୍ର ସରକାର ଏଣିକି କେବଳ ସଂଗଠନ ନୁହେଁ ବରଂ କୌଣସି ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ଆତଙ୍କବାଦୀ ଘୋଷଣା କରିପାରିବେ । ୟୁଏପିଏ ବିଲ୍‌ ଅନୁଯାୟୀ ଆତଙ୍କବାଦୀ ଘୋଷିତ ବ୍ୟକ୍ତିଙ୍କ ସମ୍ପତ୍ତି ଜବତ କରିବା ସହ ତା'ର ବିଦେଶ ଯାତ୍ରା ଉପରେ ରୋକ ଲଗାଯାଇପାରିବ ।

ଶୁକ୍ରବାର ରାଜ୍ୟସଭାରେ ବିଲ୍‌କୁ ନେଇ ବିରୋଧୀ ଏବଂ ଶାସକ ଦଳ ମଧ୍ୟରେ ଜୋରଦାର ହଙ୍ଗାମା ହେବାପରେ ଏହାକୁ ମଞ୍ଜୁରୀ ମିଳିଛି । ଏହି ବିଲ ସପକ୍ଷରେ ୧୪୭ ଜଣ ଭୋଟ ଦେଇଥିବା ବେଳେ ବିପକ୍ଷରେ ୪୨ ଜଣ ଭୋଟ ଦେଇଥିଲେ । ଗୃହମନ୍ତ୍ରୀ ଅମିତ ଶାହା ବିଲ ସପକ୍ଷରେ ରାଜ୍ୟସଭାରେ କହିଛନ୍ତି । ଆତଙ୍କବାଦ ବର୍ତ୍ତମାନ ବୈଷୟିକ ସମସ୍ୟା ପାଲଟିଲାଣି, ଯାହା ବିରୁଦ୍ଧରେ ସଦନକୁ ଏକଜୁଟ ହେବାର ଆବଶ୍ୟକତା ରହିଛି ।

ସେପଟେ ବିରୋଧୀ ଦଳ ଏହି ବିଲର ଅପବ୍ୟବହାରକୁ ନେଇ ଆଶଙ୍କା ପ୍ରକାଶ କରିଥିଲେ । ଯାହାର ଜବାବ ଦେଇ ଶାହା କହିଥିଲେ, ଯୁଏପିଏ ବିଲର ଏକମାତ୍ର ଉଦ୍ଦେଶ୍ୟ ଆତଙ୍କବାଦ ବିରୋଧରେ ଲଢିବା । ଏହାର ଅନ୍ୟ କୌଣସି ଉଦ୍ଦେଶ୍ୟ ନାହିଁ । କେବଳ ସଂଗଠନ ନୁହେଁ ଆତଙ୍କବାଦୀଙ୍କୁ ମଧ୍ୟ ଚିହ୍ନିବା ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଥିଲେ ।

ସେ ଆହୁରି କହିଥିଲେ, କୌଣସୀ ଆତଙ୍କୀ ସଙ୍ଗଠନ ଉପରେ ପ୍ରତିବନ୍ଧକ ଲଗାଇଲେ ସେହି ସଙ୍ଗଠନ ସହ ଜଡିତ ଥିବା ବ୍ୟକ୍ତି ଅଉ ଏକ ନୂଆ ଦଳ ଗଠନ କରିଥାନ୍ତି ଏବଂ ନିଜର ବିଚାରଧାରାକୁ ଅନ୍ୟମାନଙ୍କ ନିକଟରେ ପହଞ୍ଚାଇ ଥାନ୍ତି । ତେଣୁ ଏଭଳି ଲୋକଙ୍କୁ ଆତଙ୍କବାଦୀ ଘୋଷଣା ନକରିବା ପର୍ଯ୍ୟନ୍ତ ଆତଙ୍କବାଦ ଉପରେ ପ୍ରତିବନ୍ଧକ ଲଗାଯାଇ ପାରିବ ନାହିଁ । ଆତଙ୍କବାଦ ବିରୋଧରେ ଏନଆଇଏ ଯେଉଁ ମାମଲା ରୁଜୁ କରେ ତାହା ଜଟିଳ ଥାଏ । ଏଥିରେ ସାକ୍ଷ୍ୟ ମିଳିବା ସମ୍ଭାବନା ଖୁବ୍ କମ୍ ଥାଏ । ଏହା ଆନ୍ତରାଜ୍ୟ କିମ୍ବା ଅନ୍ତରାଷ୍ଟ୍ରୀୟ ମାମଲା ହୋଇଥାଏ । ତେବେ ଏହି ବିଲକୁ ନେଇ ବିପକ୍ଷ ଏତେ ଭୟଭୀତ କଣ ପାଇଁ କହି ଶାହା କଂଗ୍ରେସକୁ ଆକ୍ରମଣ କରିଛନ୍ତି ।

Last Updated : Aug 2, 2019, 6:36 PM IST

ABOUT THE AUTHOR

...view details