ଓଡିଶା

odisha

ETV Bharat / bharat

ଭାରତକୁ 7 ମେଟ୍ରିକ ଟନ ମେଡିକାଲ ସାମଗ୍ରୀ ପଠାଇଲା ୟୁଏଇ - କୋରୋନା ଅପଡେଟ

ଭାରତ ଓ ୟୁଏଇ ମଧ୍ୟରେ ଦୀର୍ଘ ଦିନରୁ ଗଭୀର ଏବଂ ଭ୍ରାତୃଭାବ ରହିଛି । ଉଭୟ ଦେଶ ମଧ୍ୟରେ ଥିବା ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କ ଯୋଗୁଁ ଭାରତକୁ ସାହାଯ୍ୟ କରିବାର ନିଷ୍ପତ୍ତି ନେଇଥିଲା ୟୁଏଇ । ଅଧିକ ପଢନ୍ତୁ...

ଭାରତକୁ 7 ମେଟ୍ରିକ ଟନ ମେଡିକାଲ ସାମଗ୍ରୀ ପଠାଇଲା ୟୁଏଇ
ଭାରତକୁ 7 ମେଟ୍ରିକ ଟନ ମେଡିକାଲ ସାମଗ୍ରୀ ପଠାଇଲା ୟୁଏଇ

By

Published : May 2, 2020, 11:44 PM IST

ଆବୁଧାବି: ଭାରତ ସହ ଥିବା ଉତ୍ତମ ଦ୍ବିପାକ୍ଷିକ ସମ୍ପର୍କର ପରିଚୟ ଦେଇଛି ୟୁଏଇ । ଶନିବାର ଏକ ବିମାନରେ 7 ମେଟ୍ରିକ ଟନ ମେଡିକାଲ ସାମଗ୍ରୀ ଭାରତକୁ ପଠାଇଛି । କୋଭିଡ 19 ମୁକାବିଲା ପାଇଁ ଏହି ସାହାଯ୍ୟ କରିଥିବା ଭାରତରେ ଥିବା ୟୁଏଇ ରାଷ୍ଟ୍ରଦୂତ ଅହମ୍ମଦ ଅବଦୁଲ୍ଲ ରେହମାନ କହିଛନ୍ତି ।

ଏହି ମେଡିକାଲ କିଟ୍‌ କୋଭିଡ 19 ମୁକାବିଲା ପାଇଁ କାର୍ଯ୍ୟ କରୁଥିବା 7000 ସ୍ବାସ୍ଥ୍ୟକର୍ମୀଙ୍କୁ ସାହାଯ୍ୟ କରିବ ବୋଲି ସେ କହିଛନ୍ତି । ଭାରତ ଓ ୟୁଏଇ ମଧ୍ୟରେ ଦୀର୍ଘ ଦିନରୁ ଗଭୀର ଏବଂ ଭ୍ରାତୃଭାବ ରହିଛି । ଉଭୟ ଦେଶ ମଧ୍ୟରେ ଥିବା ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କ ଯୋଗୁଁ ଭାରତକୁ ସାହାଯ୍ୟ କରିବାର ନିଷ୍ପତ୍ତି ନେଇଛି ୟୁଏଇ । ଏହାସହ କୋଭିଡ 19 ମୁକାବିଲା ପାଇଁ ୟୁଏଇ ସମସ୍ତ ରାଷ୍ଟ୍ରକୁ ସାହାଯ୍ୟ କରିବ ବୋଲି ପୂର୍ବରୁ ଘୋଷଣା କରିଥିଲା । ଯାହାର ଫଳସ୍ବରୂପ ଏହି ସହାୟତାର ହାତ ବଢାଯାଇଛି ବୋଲି ୟୁଏଇ ରାଷ୍ଟ୍ରଦୂତ କହିଛନ୍ତି ।

ବିଶ୍ବ ଉପରେ ଏପରି ବିପତ୍ତି ସମୟରେ ସମସ୍ତ ରାଷ୍ଟ୍ରକୁ ମୁକାବିଲା କରିବା ପାଇଁ ୟୁଏଇ ଆର୍ଥିକ ସହାୟତା ପ୍ରଦାନ କରୁଛି । ଏବେ ଯାଏଁ 34ଟି ଦେଶକୁ 348 ମେଟ୍ରିକ ଟନ ସାମଗ୍ରୀ ପ୍ରଦାନ କରିସାରିଛି । ଏହି ଅବସରରେ 3 ଲକ୍ଷ 48 ହଜାର ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଏହା ସାହାଯ୍ୟ କରିଛି । ୟୁଏଇରେ ଏବେ ସୁଦ୍ଧା 12 ହଜାର 481 କୋରୋନା ଆକ୍ରାନ୍ତ ବାହାରିଥିବାବେଳେ 105 ଜଣଙ୍କର ଏଥିରେ ମୃତ୍ୟୁ ହୋଇଛି ।

ABOUT THE AUTHOR

...view details