ଓଡିଶା

odisha

ETV Bharat / bharat

'ଜମ୍ମୁ କାଶ୍ମୀରର ପୁନର୍ଗଠନ ଭାରତର ଆଭ୍ୟନ୍ତରୀଣ ମାମଲା' - 'ଜମ୍ମୁ କାଶ୍ମୀରର ପୁନର୍ଗଠନ ଭାରତର ଅନ୍ତରୀଣ ମାମଲା'

'ଜମ୍ମୁ କାଶ୍ମୀରର ପୁନର୍ଗଠନ ଭାରତର ଆଭ୍ୟନ୍ତରୀଣ ମାମଲା' । ଏହା ୟୁନାଇଟେଡ଼ ଆରବ ଏମିରେଟ କହିଛି । ସ୍ବାଧୀନ ଭାରତରେ ଏହା ପ୍ରଥମ ରାଜ୍ୟ ଗଠନ ନୁହେଁ । ଏହା ପୂର୍ବରୁ ମଧ୍ୟ ଅନେକ ରାଜ୍ୟ ଗଠନ ହୋଇ ସାରିଛି । 'ଜମ୍ମୁ କାଶ୍ମୀରର ପୁନର୍ଗଠନ ଭାରତର ଆଭ୍ୟନ୍ତରୀଣ ମାମଲା । '

ଡିଜାଇନ ଫଟୋ

By

Published : Aug 7, 2019, 2:11 PM IST

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ପୁନର୍ଗଠନ ଭାରତର ଆଭ୍ୟନ୍ତରୀଣ ମାମଲା ବୋଲି କହିଛି ଯୁଏଇ । ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ ଓ ବିଭାଜନକୁ ନେଇ ସଂଯୁକ୍ତ ଆରବ ଏମିରାଟ (ୟୁଏଇ) ମତାମତ ଦେଇଛି । ଯୁଏଇ କହିଛି ଜମ୍ମୁ କାଶ୍ମୀର ସମ୍ପର୍କରେ ଭାରତର ସରକାର ଯାହା ନିଷ୍ପତ୍ତି ନେଇଛନ୍ତି, ତାହା ଭାରତର ଅନ୍ତରୀଣ ବ୍ୟାପାର । ଧାର 370କୁ ହଟାଇବା ଓ ବିଶେଷ ଅଧିକାରକୁ ଫେରାଇ ନେବା ଭାରତ ସରକାରଙ୍କ ଦକ୍ଷତା ବଢାଇବା ଉଦ୍ଦେଶ୍ୟରେ ସରକାର ନିଷ୍ପତ୍ତି ନେଇଥାଇପାରନ୍ତି ବୋଲି ୟୁଏଇ କହିଛି।

ଭାରତରେ ଅବସ୍ଥାପିତ ୟୁଏଇର ରାଷ୍ଟ୍ରଦୂତ ଅହମ୍ମଦ ଅଲ ବନ୍ନୋ କହିଛନ୍ତି, ଜମ୍ମୁ କାଶ୍ମୀର ଉପରେ ଭାରତ ସରକାର ନେଇଥିବା ନିଷ୍ପତ୍ତି ଉପରେ ଯୁଏଇ ସରକାର ନଜର ରଖିଛନ୍ତି । ସେ ଆହୁରି ମଧ୍ୟ କହିଥିଲେ କି ଧାରା 370ର କିଛି ଉପଧାରାକୁ ପରିଚାଳନା କରିବା ଓ ତାହାକୁ ସରକାର ନେଇଥିବା ନିଷ୍ପତ୍ତି ଉପରେ ଆମେ ନଜର ରଖିଛୁ । ଏହା ବ୍ୟତୀତ ରାଜ୍ୟ ପୁନର୍ଗଠନ ଉପରେ ମଧ୍ୟ ଆମ ସରକାର ନଜର ରଖିଥିବା ସେ କହିଛନ୍ତି ।

ସେ ଆହୁରି ମଧ୍ୟ କହିଥିଲେ କି ଏହା ଆମ ଦୃଷ୍ଟିରେ ପ୍ରଥମ ଘଟଣା ନୁହେଁ । ଯାହା ସ୍ବାଧୀନ ଭାରତରେ ପ୍ରଥମ କରି ରାଜ୍ୟ ଗଠନ କରାଯାଇଛି । ଆଞ୍ଚଳିକ ଭେଦଭାବକୁ କମ କରିବା ଓ ସରକାରଙ୍କ କ୍ଷମତାକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ ସରକାର ଏପରି ନିଷ୍ପତ୍ତି ନେଇଥାଇପାରନ୍ତି ବୋଲି ବନ୍ନୋ କହିଛନ୍ତି । ତେବେ ଜମ୍ମୁ କାଶ୍ମୀରକୁ ନେଇ ସରକାର ନେଇଥିବା ନିଷ୍ପତ୍ତି ସମ୍ପୂର୍ଣ୍ଣ ଭାବେ ସମ୍ବିଧାନିକ ନୀତିନିୟମ ଅନୁସାରେ ନିଆଯାଇଥିବା ସେ କହିଥିଲେ ।

ABOUT THE AUTHOR

...view details