ଜୟପୁର: କୋରୋନା ଲକଡାଉନ ସମୟରେ ଯେଉଁଠି ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିଲେ, ସେହି ସମୟରେ କିଛି ଲୋକ ଲକଡାଉନକୁ ସ୍ମରଣୀୟ କରିବା ପାଇଁ ଅନେକ ଭିନ୍ନ ଭିନ୍ନ କାର୍ଯ୍ୟ କରିଛନ୍ତି । ଅନେକ ଲୋକ ମଧ୍ୟ ଏହି ବିପର୍ଯ୍ୟୟକୁ ଏକ ସୁଯୋଗ ଭାବରେ ରୂପାନ୍ତର କରିଛନ୍ତି । ଏମିତି କିଛି କରି ଦେଖାଇଛନ୍ତି ରାଜସ୍ଥାନର ଜାଲୋର ଜିଲ୍ଲାର ଦୁଇ ଛୋଟ ପିଲା। ଦୁଇ ଭାଇ-ଭଉଣୀ ଲକଡାଉନରେ ରାମାୟଣର କାହାଣୀକୁ ନିଜ କଲମରେ ଲେଖିଛନ୍ତି। ରାମାୟଣର ଅଲଗା ଅଲଗା ଖଣ୍ଡକୁ ୨୦ଟି ବହି କରି ପ୍ରାୟ ୨୧୦୦ ପୃଷ୍ଠାରେ ଲେଖିଛନ୍ତି। ଏହି ପିଲାମାନେ ହେଉଛନ୍ତି ତୃତୀୟ ଶ୍ରେଣୀରେ ପଢୁଥିବା ମାଧବ ଯୋଶୀ ଏବଂ ଚତୁର୍ଥ ଶ୍ରେଣୀରେ ପଢୁଥିବା ତାଙ୍କ ଭଉଣୀ ଅର୍ଚ୍ଚନା ।
କୁନି ଭାଇ-ଭଉଣୀଙ୍କ କମାଲ, ଲକଡାଉନରେ ଲେଖିଲେ ୨୧୦୦ ପୃଷ୍ଠାର ରାମାୟଣ - ଦୁଇ ଛୋଟ ପିଲା ଲେଖି ଦେଲେ ପୂରା ରାମାୟଣ
କୋରୋନା ଲକଡାଉନରେ ୨୧୦୦ ପୃଷ୍ଠାରେ ଲେଖିଲେ ରାମାୟଣ । ଏମିତି କିଛି ଚମତ୍କାର କରି ଦେଖାଇଛନ୍ତି ରାଜସ୍ଥାନର ଜାଲୋର ଜିଲ୍ଲାର ଦୁଇ ଛୋଟ ଭାଇ-ଭଉଣୀ । ଅଧିକ ପଢନ୍ତୁ...
![କୁନି ଭାଇ-ଭଉଣୀଙ୍କ କମାଲ, ଲକଡାଉନରେ ଲେଖିଲେ ୨୧୦୦ ପୃଷ୍ଠାର ରାମାୟଣ ରାଜସ୍ଥାନର ଦୁଇ ଛୋଟ ପିଲାଙ୍କ କମାଲ, ଲକଡାଉନରେ ୨୧୦୦ ପୃଷ୍ଠାରେ ଲେଖି ଦେଲେ ପୂରା ରାମାୟଣ](https://etvbharatimages.akamaized.net/etvbharat/prod-images/768-512-10198359-thumbnail-3x2-jaypur.jpg)
ଲକଡାଉନ ସମୟରେ ଯେବେ ଦୂରଦର୍ଶନରେ ପ୍ରସାରିତ ରାମାୟଣକୁ ଲୋକେ ଦେଖୁଥିଲେ ଓ ବହୁତ ପସନ୍ଦ କରୁଥିଲେ, ସେହି ସମୟରେ ଦୁଇ ଭାଇ-ଭଉଣୀଙ୍କ ମନରେ ରାମାୟଣ ଲେଖିବା କଥା ଆସିଥିଲା। ଏହା ପରେ ସେମାନେ ରାମାୟଣ ଲେଖିବାକୁ ଚିନ୍ତା କରିଥିଲେ ସେମାନେ । ଦୁଇ ଭାଇ-ଭଉଣୀ ସାତଟି ଭାଗରେ ଏହା ସମ୍ପୂର୍ଣ୍ଣ କରିଛନ୍ତି। ସୂଚନାଯୋଗ୍ୟ, ଶ୍ରୀ ରାମଚରିତମାନସ ବାଲ କାଣ୍ଡ, ଅଯୋଧ୍ୟା କାଣ୍ଡ, ଅରଣ୍ୟ କାଣ୍ଡ, କିଷ୍କିନ୍ଧା କାଣ୍ଡ, ସୁନ୍ଦର କାଣ୍ଡ, ଲଙ୍କା କାଣ୍ଡ ଓ ଉତ୍ତର ରାମାୟଣର ସାତ କାଣ୍ଡ ସାମିଲ। ଏଥିରୁ ମାଧବ ୧୪ଟି ବହିରେ ବାଲକାଣ୍ଡ, ଅଯୋଧ୍ୟା କାଣ୍ଡ, ଅରଣ୍ୟକାଣ୍ଡ ଓ ଉତ୍ତରକାଣ୍ଡ ଲେଖିଛନ୍ତି। ତାଙ୍କ ଭଉଣୀ ଅର୍ଚ୍ଚନା ୬ଟି ବହିରେ କିଷ୍କିନ୍ଧାକାଣ୍ଡ, ସୁନ୍ଦର କାଣ୍ଡ ଓ ଲଙ୍କା କାଣ୍ଡ ଲେଖିଛନ୍ତି।
ମାଧବ ଯୋଶୀ କହିଛନ୍ତି ଯେ, କୋରୋନା ଲକଡାଉନ ସମୟରେ ଦୂରଦର୍ଶନର ରାମାୟଣ ପ୍ରସାରଣ ଦେଖିବା ପରେ ସେ ରାମାୟଣ ପଢିବାକୁ ଇଚ୍ଛା କରିଥିଲେ। ତା’ପରେ ପରିବାର ସହିତ ଉଭୟ ଭାଇଭଉଣୀ ଶ୍ରୀ ରାମଚରିତକୁ ତିନିଥର ପଢିଥିଲେ । ଏହି ସମୟ ମଧ୍ୟରେ ପିତା ସନ୍ଦୀପ ଯୋଶୀଙ୍କ ଉତ୍ସାହରେ ତାଙ୍କଠାରେ ରାମାୟଣ ଲେଖିବାର ଇଚ୍ଛା ଜାଗ୍ରତ ହୋଇଥିଲା।