ନୂଆଦିଲ୍ଲୀ:ଅମିତ ଶାହଙ୍କ କ୍ୟାମ୍ପେନରେ ସିଏଏକୁ ବିରୋଧ କରିଥିଲେ କିଛି ଯୁବତୀ । ଫଳରେ ଭଡାରେ ରହୁଥିବା ଏହି ଯୁବତୀଙ୍କୁ ଘରୁ କାଢି ଦିଆଯାଇଛି । ବୁଧବାର ଅମିତ ଶାହଙ୍କ ଜନସଂପର୍କ ରାଲି ସମୟରେ ଦିଲ୍ଲୀର କିଛି ଯୁବତୀ ନିଜ ଭଡା ଘର ବାଲକୋନୀରୁ ବ୍ୟାନର ଦେଖାଇ ପ୍ରଦର୍ଶନ କରିଥିଲେ ।
ଭାରି ପଡିଲା ସିଏଏ ବିରୋଧୀ ବ୍ୟାନର ପ୍ରଦର୍ଶନ, ଭଡାଘରୁ ବିଦାହେଲେ ଯୁବତୀ - ଭଡା ଘରୁ ତଡା ଖାଇଲେ ଯୁବତୀ
ସିଏଏ ବିରୋଧୀ ବ୍ୟାନର ଦେଖାଇ ଭଡାଘରୁ ତଡା ଖାଇଲେ ଯୁବତୀ । ଏପରି ଘଟଣା ଘଟିଛି ରାଜଧାନୀ ଦିଲ୍ଲୀରେ । ଆଗକୁ ପଢନ୍ତୁ...
ଡିଜାଇନ ଫଟୋ
ତେବେ ଏହି ପ୍ରଦର୍ଶନ ଯୋଗୁଁ ଘର ମାଲିକ ସଙ୍ଗେ ସଙ୍ଗେ ଘର ଖାଲି କରିବା ପାଇଁ କହିଛନ୍ତି । ସୂର୍ଯ୍ୟା ନାମକ ଜଣେ ଯୁବତୀ ବାଲକୋନୀରେ ଥାଇ ବିରୋଧ କରିଥିଲେ । ହେଲେ ତଳେ ଥିବା ପ୍ରଦର୍ଶନକାରୀ ତାଙ୍କ ଘର ଉପରକୁ ଯିବାକୁ ଉଦ୍ୟମ କରିଥିଲେ । ତେବେ ସେମାନଙ୍କ କବଳରୁ ବର୍ତ୍ତି ନିଜକୁ ଘର ଭିତରେ କବାଟ ଦେଇଥିବା କହିଛନ୍ତି ସୂର୍ଯ୍ୟା ।
ଏପଟେ ପ୍ରଦର୍ଶନକାରୀ ଅନେକ ସମୟ ଧରି ତାଙ୍କ ଘରର କବାଟ ବାଡେଇଥିଲେ । ଏହା ଜାଣିବା ପରେ ତାଙ୍କୁ ଘର ଖାଲି କରିବାକୁ କହିଛନ୍ତି ମାଲିକ ।