ଓଡିଶା

odisha

ETV Bharat / bharat

ଦିବ୍ୟାଙ୍ଗଙ୍କ ପାଇଁ ପ୍ରଶାସନ ପାଲଟିଛି ଧ୍ରୁତରାଷ୍ଟ୍ର - ଦିବ୍ୟାଙ୍ଗ

ଗରିବୀର ଚରମସୀମାରେ ପ୍ରମିଳା ସିଂ ଓ ତାଙ୍କର ପରିବାର । ଦୁଇ ପିଲାଙ୍କୁ ନେଇ ପ୍ରମିଳାଙ୍କ ପରିବାର । ସ୍ବାମୀ କେବେଠାରୁ ଇହଲୀଳା ତ୍ୟାଗ କରିସାରିଛନ୍ତି । ଦୁଇ ପିଲା ଦୃଷ୍ଟିହୀନ । ଫଳରେ ପ୍ରମିଳା ଖଟିଲେ ଘରେ ଚୁଲି ଜଳେ । ଏଭଳି ବିପିଏଲ ଭୁକ୍ତ ପରିବାରକୁ ପ୍ରଶାସନ ଅଣଦେଖା କରୁଥିବା ଅଭିଯୋଗ ହୋଇଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

By

Published : Aug 22, 2019, 2:19 PM IST

ରାୟପୁର: ସାଧାରଣ ଗରିବ, ଦୁଃଖିରଙ୍କୀଙ୍କ ପାଇଁ ସରକାର ବିଭିନ୍ନ ପ୍ରକାର ଯୋଜନା କରୁଛନ୍ତି । ଜନ୍ମ ଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ସବୁ ଯୋଜନା କରିଛନ୍ତି ସରକାର । କିନ୍ତୁ ଏହାର ବାସ୍ତବିକ ସ୍ଥିତି କିନ୍ତୁ କିଛି ଭିନ୍ନ ବୟାନ କରୁଛି । ଏହାର ନଗ୍ନ ଉଦାହରଣ ହେଉଛି ଛତିଶଗଡ଼ ବଳରାମପୁର ଜିଲ୍ଲାର ବେଲକୁର୍ତ୍ତା ଗ୍ରାମରେ ରହୁଥିବା ପ୍ରମିଳା ସିଂଙ୍କ କାହାଣୀ ।

"ଆମ ସମସ୍ତଙ୍କ ନାମରେ ରାସନ କାର୍ଡ ରହିଥିଲା । ମାତ୍ର ଚକ୍ରାନ୍ତ କରି ଆମର କାର୍ଡକୁ କାଟି ଦେଇଛନ୍ତି । କେବଳ ମା ନାମରେ ଥିବା କାର୍ଡରେ କେବଳ 35 କିଲୋ ଚାଉଳ ମିଳୁଛି । ଫଳରେ ଆମକୁ ବର୍ତ୍ତମାନ ଦୁଇବେଳା ଖାଇବା ମଧ୍ୟ ମିଳିପାରୁନାହିଁ ।"

ସୂଚନାମୁତାବକ ବେଲକୁର୍ତ୍ତା ଗ୍ରାମରେ ରୁହନ୍ତି ପ୍ରମିଳା ସିଂ। ସ୍ବାମୀଙ୍କୁ ହରାଇଥିବା ପ୍ରମିଳାଙ୍କ ପରିବାର କହିଲେ ଦୁଇ ପିଲା ଓ ସେ । ଦୁଇ ପିଲାଙ୍କ ମଧ୍ୟରେ ଜଣେ ପୁଅ ଓ ଜଣେ ଝିଅ । ଉଭୟ ଜନ୍ମରୁ ଦୃଷ୍ଟିହୀନ । ଭଙ୍ଗା କୁଡ଼ିଆ ଘରେ ଏମାନଙ୍କର ଜୀବନ ବିତେ । ଫଳରେ ପରିଣତ ବୟସରେ ପ୍ରମିଳା ଖଟିଲେ ଘରେ ଚୁଲି ଜଳେ । ନହେଲେ ଉପାସ ।

ସେପଟେ ରହୁଥିବା ଘରର ଅବସ୍ଥା ନ କହିବା ଭଲ । ପାଖାପାଖି ଘରର ଅର୍ଦ୍ଧାଧିକ ଅଂଶ ଭାଙ୍ଗି ସାରିଛି । ଯଦି ବର୍ଷାର ପରିମାଣ ବଢୁଛି, ତେବେ ଘରଟି ସମ୍ପୂର୍ଣ୍ଣ ରୂପେ ଭୁଶୁଡ଼ି ପଡ଼ିବ । ଏଥିରେ ସନ୍ଦେହ ନାହିଁ । କେବଳ ବାସସ୍ଥାନ ନୁହେଁ, ବରଂ ଆର୍ଥିକ ଅବସ୍ଥା ମଧ୍ୟ ଅତ୍ୟନ୍ତ ଦୟନୀୟ ।

ଅଧିକ ପଢନ୍ତୁ: ବିଇଓଙ୍କ ଉଦାରତା, ମଧ୍ୟାହ୍ନଭୋଜନ ପାଇଁ ଦେଉଛନ୍ତି ଗୋଟିଏ ଦିନର ଦରମା

ବିପିଏଲ ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିଲେ ମଧ୍ୟ କୌଣସି ସରକାରୀ ସହୟତା ଏମାନଙ୍କ ନିକଟରେ ପହଞ୍ଚି ପାରିନାହିଁ । ପୂର୍ବରୁ ଏମାନଙ୍କ ନାମରେ ରାସନ କାର୍ଡ଼ ରହିଥିଲା । ମାତ୍ର ପରବର୍ତ୍ତୀ ସମୟରେ ଚକ୍ରାନ୍ତ କରି ଏମାନଙ୍କର ରାସନ କାର୍ଡକୁ କାଟିଦେଇଥିବା କହିଛନ୍ତି ପ୍ରମିଳାଙ୍କ ପୁଅ ଦଶରଥ । ସେ କହିଛନ୍ତି ପୂର୍ବରୁ ଆମ ସମସ୍ତଙ୍କ ନାମରେ ରାସନ କାର୍ଡ ରହିଥିଲା । ମାତ୍ର ଚକ୍ରାନ୍ତ କରି ଆମର କାର୍ଡକୁ କାଟି ଦେଇଛନ୍ତି । କେବଳ ମା ନାମରେ ଥିବା କାର୍ଡରେ କେବଳ 35 କିଲୋ ଚାଉଳ ମିଳୁଛି । ଫଳରେ ଆମକୁ ବର୍ତ୍ତମାନ ଦୁଇବେଳା ଖାଇବା ମଧ୍ୟ ମିଳିପାରୁନାହିଁ ବୋଲି ସେ କହିଛନ୍ତି।

ଏନେଇ ରାମାନୁଜଗଞ୍ଜ ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଉପଜିଲ୍ଲାପାଳ ଅଜୟ କିଶୋର କହିଛନ୍ତି, ଉକ୍ତ ପରିବାର ସମ୍ପର୍କରେ ସୂଚନା ମିଳିଛି । ପଞ୍ଚାୟତ ଅଧିକାରୀଙ୍କୁ ସେଠାକୁ ପଠାଯାଇ ତଦନ୍ତ କରାଯିବ । ପରେ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।

ABOUT THE AUTHOR

...view details