ଓଡିଶା

odisha

ETV Bharat / bharat

ସାଉଦିରୁ 565 ଭାରତୀୟଙ୍କ ସହ କେରଳ ଅଭିମୁଖେ 2 ଟି ବନ୍ଦେ ଭାରତ ବିମାନ - ପ୍ରବାସୀ ଭାରତୀୟ

ସାଉଦି ଆରବରୁ ଦୁଇଟି ସ୍ବତନ୍ତ୍ର ବନ୍ଦେ ଭାରତ ବିମାନ 565 ଜଣ ଭାରତୀୟଙ୍କ ସହ ଯାତ୍ରା ଅରମ୍ଭ କରିଛନ୍ତି। ଦୁଇଟି ଯାକ ବିମାନ କେରଳର ଥିରୁଅନନ୍ତପୁରମ୍ ଏବଂ କୋଜିକୋଡେ ଅଭିମୁଖେ ଯାତ୍ରା କରିଛି।

ସାଉଦିରୁ 565 ଭାରତୀୟ ସହ କେରଳ ଅଭିମୁଖେ 2 ବନ୍ଦେ ଭାରତ ବିମାନ
ସାଉଦିରୁ 565 ଭାରତୀୟ ସହ କେରଳ ଅଭିମୁଖେ 2 ବନ୍ଦେ ଭାରତ ବିମାନ

By

Published : Jun 14, 2020, 9:44 AM IST

ନୂଆଦିଲ୍ଲୀ: ସାଉଦି ଆରବରୁ ଦୁଇଟି ସ୍ବତନ୍ତ୍ର ବନ୍ଦେ ଭାରତ ବିମାନ 565 ଜଣ ଭାରତୀୟଙ୍କ ସହ ଯାତ୍ରା ଆରମ୍ଭ କରିଛି। ଦୁଇଟି ଯାକ ବିମାନ କେରଳର ଥିରୁଅନନ୍ତପୁରମ୍ ଏବଂ କୋଜିକୋଡେ ଅଭିମୁଖେ ଉଡାଣ ଭରିଛି।

ସାଉଦି ଆରବରେ ଥିବା ଭାରତୀୟ ଦୂତାବାସ ଟ୍ୱିଟ୍ କରି କହିଛନ୍ତି ଯେ, ଏୟାର ଇଣ୍ଡିଆ ବିମାନ AI 1946 କୋଜିକୋଡେ ଅଭିମୁଖେ କିଙ୍ଗ ଫାହଡ ଇଣ୍ଟଲ ବିମାନବନ୍ଦର ଡ୍ୟାମରୁ 148 ଜଣ ଯାତ୍ରୀ ଓ 2 ଶିଶୁଙ୍କ ସମେତ ବିମାନରେ ଯାତ୍ରା କରିଛି।

ଦୂତାବାସ ଅନ୍ୟ ଏକ ଟୁଇଟ୍ କରି କହିଛନ୍ତି, “ଏୟାର ଇଣ୍ଡିଆ ବିମାନ AI 1940 ରିୟାଦରୁ ତ୍ରିଭେନ୍ଦ୍ରମ ପର୍ଯ୍ୟନ୍ତ। କିଙ୍ଗ ଖାଲିଦ ଇଣ୍ଟଲ ବିମାନବନ୍ଦର ରିୟାଦରୁ 417 ଯାତ୍ରୀ 11 ଶିଶୁଙ୍କ ସମେତ ବିମାନରେ ଯାତ୍ରା କରିଛି।

'ବନ୍ଦେ ଭାରତ' ମିଶନ୍ ହେଉଛି ଭାରତ ସରକାରଙ୍କ କୋଭିଡ୍ 19 ରେ ବାହାରେ ଫସିଥିବା ପ୍ରବାସୀଙ୍କୁ ଜନ୍ମମାଟିକୁ ଫେରାଇ ଆଣିବାର ସବୁଠୁ ବଡ ସ୍ଥାନାନ୍ତରଣ ପ୍ରକ୍ରିୟା। ଗୁରୁବାର ସୁଦ୍ଧା ବନ୍ଦେ ଭାରତ ମିଶନ ଅଧୀନରେ 29,034 ପ୍ରବାସୀ ଶ୍ରମିକଙ୍କ ସମେତ ମୋଟ 1,65,375 ଲୋକ ଫେରି ଆସିଛନ୍ତି । ଏନେଇ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି।

ଏହି ସ୍ଥାନାନ୍ତରଣ ମେ 7ରେ ଆରମ୍ଭ ହୋଇଥିଲା ଏବଂ ଏହାର ଦ୍ୱିତୀୟ ପର୍ଯ୍ୟାୟ ମେ 16 ରେ ଆରମ୍ଭ ହୋଇଥିଲା । ତୃତୀୟ ପର୍ଯ୍ୟାୟ ଜୁନ୍ 11 ରୁ ଆରମ୍ଭ ହୋଇଥିଲା ଏବଂ ଜୁନ୍ 30 ପର୍ଯ୍ୟନ୍ତ ଚାଲିବ ।

ABOUT THE AUTHOR

...view details