ଓଡିଶା

odisha

ETV Bharat / bharat

ପୁଣି ସୋପିଆନରେ 2 ସେଓ ଟ୍ରକ ଡ୍ରାଇଭରଙ୍କୁ ହତ୍ୟା କଲେ ଆତଙ୍କୀ, ଜାଳିଦେଲେ ଟ୍ରକ - ଜମ୍ମୁରେ ଟ୍ରକ ଚାଳକଙ୍କୁ ହତ୍ୟା

ଜମ୍ମୁ-କାଶ୍ମୀରର ସୋପିଆନ ଜିଲ୍ଲାରେ ଆତଙ୍କବାଦୀ ଦୁଇ ଜଣ ଟ୍ରକ ଡ୍ରାଇଭରଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି । ଅଧିକ ପଢନ୍ତୁ...

ଫାଇଲ ଫଟୋ

By

Published : Oct 24, 2019, 11:29 PM IST

ଶ୍ରୀନଗର: ଜମ୍ମୁ-କାଶ୍ମୀରକ ସୋପିଆନ ଜିଲ୍ଲାରେ ଆତଙ୍କବାଦୀ ଦୁଇ ଜଣ ଟ୍ରକ ଡ୍ରାଇଭରଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି । ଏହାସହ ଟ୍ରକରେ ନିଆଁ ଲଗାଇଛନ୍ତି ଆତଙ୍କୀ । ଏହି ଆକ୍ରମଣରେ ଅନ୍ୟ ଜଣେ ଟ୍ରକ ଡ୍ରାଇଭର ଗମ୍ଭୀର ଭାବରେ ଆହତ ହୋଇଛନ୍ତି । ସୂତ୍ର ମୁତାବକ ଚାଳକ ମାନେ ସେଓ ନେବା ପାଇଁ ଆସିଥିଲେ । ବିଗତ ଦୁଇ ସପ୍ତାହ ଭିତରେ ଏହା ତୃତୀୟ ଘଟଣା । ଏହି ଘଟଣାରେ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିନାହିଁନ୍ତି ।


ପୋଲିସ ସୂଚନା ମୁତାବକ ରାଜସ୍ଥାନ, ହରିୟାଣା ଓ ପଞ୍ଜାବର ତିନି ଜଣ ଟ୍ରକ ଡ୍ରାଇଭର ସୋପିଆନ ଜିଲ୍ଲାର ଚିତ୍ରା ଗ୍ରାମକୁ ସେଓ ଲୋଡ୍‌ କରିବା ପାଇଁ ଆସିଥିଲେ । ଏହି ସମୟରେ ଆତଙ୍କୀ ଗୁଳିବର୍ଷା କରିଥିଲେ ।

ମୃତ ଦୁଇ ଡ୍ରାଇଭରଙ୍କ ମଧ୍ୟରୁ ଜଣଙ୍କ ପରିଚୟ ମିଳିଛି । ମୃତକଙ୍କ ମଧ୍ୟରୁ ଜଣେ ରାଜସ୍ଥାନର ଅଲୱାର ନିବାସୀ ଇଲିୟାସ ଖାନ ବୋଲି ଜଣାପଡିଛି । ଅନ୍ୟ ଜଣେ ଡ୍ରାଇଭରଙ୍କ ପରିଚୟ ପତ୍ର ଏପର୍ଯ୍ୟନ୍ତ ମିଳିପାରିନାହିଁ । ଏଥିସହ ପଞ୍ଜାବରର ହୋସିୟାରପୁର ନିବାସୀ ଜୀବନ ସିଂହ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଲଗାତାର ଭାବରେ ସେଓ ବ୍ୟବସାୟୀ ଓ ସେଓ କାରବାରରେ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଜଡିତ ଲୋକଙ୍କୁ ଆତଙ୍କୀ ଟାର୍ଗେଟ କରୁଛନ୍ତି । ଏହାକୁ ନେଇ ସେଓ ବେପାରୀ ଓ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ଏହା ରାଜ୍ୟରେ ସେଓ ବେପାର ଉପରେ ପ୍ରଭାବ ପକାଇବାର ଆଶଙ୍କା ଦେଖାଦେଇଛି ।

ABOUT THE AUTHOR

...view details