ଦିସପୁର:ତ୍ରିପୁରାର 2 ଆଦିବାସୀ ଯୁବତୀ ଆସାମରେ କ୍ୟାନସର ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିବା ମା'କୁ ଦେଖା କରି ଫେରିବା ସମୟରେ ଗତ ଶୁକ୍ରବାର ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । ତେବେ ପୀଡିତାଙ୍କ ଅଭିଯୋଗ କ୍ରମେ ପୋଲିସ 6 ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ସହିତ 2 ଜଣଙ୍କୁ ଗିରଫ କରିଛି ।
ଆସାମର କରିମଗଞ୍ଜ ଜିଲ୍ଲା ନିଲମବଜାର ଅଞ୍ଚଳରେ ଗତ ଶୁକ୍ରବାର ଏହି ଘଟଣା ଘଟିଛି । ତ୍ରିପୁରାର 2 ଆଦିବାସୀ ଯୁବତୀ ଆସାମରେ ଚିକିତ୍ସିତ ମା'ଙ୍କୁ ଦେଖା କରି ଏକ ଭଡା କାରରେ ବିଳମ୍ବିତ ରାତ୍ରିରେ ଫେରୁଥିଲେ । ସେହି କାରରେ ପୂର୍ବରୁ ଜଣେ ବ୍ୟକ୍ତି ମଧ୍ୟ ରହିଥିଲା । ଗାଡିଚାଳକ କମ ସମୟ ଲାଗୁଥିବା ଏକ ରାସ୍ତାରେ ନେଇଯିବା କହି ନିଲମବଜାରରେ ଥିବା ଏକ ନିର୍ମାଣଧୀନ ଘରକୁ ନେଇଯାଇଥିଲା ।