ହାଇଦ୍ରାବାଦ: ବର୍ତ୍ତମାନ ଯୁଗର ପିଲାମାନେ ପାଠ ପଢିବା ପାଇଁ ଇଣ୍ଟରେନେଟ୍ ଉପରେ ନିର୍ଭର କରୁଛନ୍ତି । ଶ୍ରେଣୀକକ୍ଷରେ ପାଠ ନ ବୁଝି ପାରିଲେ ଇଣ୍ଟରନେଟ୍ରେ ଉପଲବ୍ଧ ହେଉଥିବା ବିଭିନ୍ନ ଭିଡିଓ ମାଧ୍ୟମରେ ଶିକ୍ଷା ଗ୍ରହଣ କରୁଛନ୍ତି । ସେପଟେ କୋରୋନା ଭଳି ମହାମାରୀ ପିଲାମାନଙ୍କ ପାଠପଢା ପାଇଁ ଇଣ୍ଟରେନେଟ୍ର ବ୍ୟବହାରକୁ ଜରୁରୀ କରିଦେଇଛି । ପିଲାମାନଙ୍କ ଅନଲାଇନ ପାଠ୍ୟକ୍ରମ ପାଇଁ ଉତ୍ତମ ଇଣ୍ଟରନେଟ୍ ସେବା ଦେଶର କୋଣ ଅନୁକୋଣରେ ପହଞ୍ଚିବା ନିତାନ୍ତ ଆବଶ୍ୟକ ହୋଇପଡିଛି । କିନ୍ତୁ ୟୁନିସେଫ୍ ଏବଂ ଆନ୍ତର୍ଜାତୀୟ ଟେଲିକମ୍ ୟୁନିଅନ୍ (ITU) ର ଏକ ନୂତନ ମିଳିତ ରିପୋର୍ଟ ଅନୁଯାୟୀ ବିଶ୍ବରେ ମାତ୍ର ଦୁଇ ତୃତୀୟାଂଶ ସ୍କୁଲ ବୟସର ପିଲାମାନେ ତଥା 3 ରୁ 17 ବର୍ଷ ବୟସର 1.3 ବିଲିୟନ ପିଲାଙ୍କ ଘରେ ଇଣ୍ଟରନେଟ୍ର ସଂଯୋଗ ନାହିଁ ।
ସେପଟେ 15ରୁ 24 ବର୍ଷର ପ୍ରାୟ 63 ପ୍ରତିଶତ ତଥା 75 କୋଟିରୁ ଅଧିକ ପିଲା ଓ ଯୁବପିଢିଙ୍କ ନିକଟରେ ଏପର୍ଯ୍ୟନ୍ତ ପହଞ୍ଚିପାରିନି ଇଣ୍ଟରନେଟ୍ ସେବା । ପିଲାଙ୍କ ନିକଟରେ ଇଣ୍ଟରେନେଟ୍ ସେବା ପହଞ୍ଚି ପାରୁନଥିବାରୁ ଡିଜିଟାଲ ଯୁଗରେ ଏହା ଏକ ବଡ ଡିଜିଟାଲ ବ୍ୟବଧାନ ବୋଲି ୟୁନିସେଫ୍ର କାର୍ଯ୍ୟକାରୀ ନିର୍ଦ୍ଦେଶକ କହିଛନ୍ତି । ଇଣ୍ଟରନେଟ୍ ସେବା ପିଲା ଏବଂ ଯୁବକମାନଙ୍କ ନିକଟରେ ନ ପହଞ୍ଚିବା ଦ୍ବାରା ଅନଲାଇନ୍ ସଂଯୋଗ କରିବାର ଓ ଡିଜିାଟାଲ ଯୁଗରେ ବୈଷୟିକ ଜ୍ଞାନକୌଳ ହାସଲ କରିବାର ସେମାନଙ୍କ କ୍ଷମତାକୁ ସୀମିତ ରଖୁଛି । ଏହା ସେମାନଙ୍କୁ ପ୍ରତିଯୋଗିତାରେ ପ୍ରତିରୋଧ କରିବା ସହିତ ଆଧୁନିକ ଅର୍ଥନୀତି ଦୁନିଆରୁ ସେମାନଙ୍କୁ ଅଲଗା ରଖୁଛି ।