ଜମ୍ମୁ: ଶନିବାର ଦକ୍ଷିଣ କାଶ୍ମୀର କୁଲଗାମ ଜିଲ୍ଲା ୱାନପୋରା ଅଞ୍ଚଳରେ ସୁରକ୍ଷା ବାହିନୀ ସହ ଆତଙ୍କବାଦୀଙ୍କ ଗୁଳି ବିନିମୟ । ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହେଲେ 2 ଆତଙ୍କୀ । ଜମ୍ମୁ କାଶ୍ମୀର ପୋଲିସର ଇନ୍ସପେକ୍ଟର ଜେନେରାଲ ବିଜୟ କୁମାର ଏନେଇ ସୂଚନା ଦେଇଛନ୍ତି ।
ନିହତ ଆତଙ୍କବାଦୀଙ୍କ ପରିଚୟ ଏ ପର୍ଯ୍ୟନ୍ତ ଜଣାପଡି ନାହିଁ । ସେମାନଙ୍କ ପାଖରୁ ଏକ ବଡ଼ ଧରଣର ଅସ୍ତ୍ରଶସ୍ତ୍ର ଓ ଗୁଳି ଜବତ କରାଯାଇଛି। ଏହି ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ଜଣାପଡିବା ପରେ ଜାମ୍ମୁ କାଶ୍ମୀର ପୋଲିସ, ସେନା ଏବଂ ସିଆରପିଏଫର ମିଳିତ ଉଦ୍ୟମରେ ଏନକାଉଣ୍ଟର କରାଯାଇଥିଲା।