ଶ୍ରୀନଗର: ଦକ୍ଷିଣ କାଶ୍ମୀରର ପୁଲୱାମାର ଅୱନ୍ତିପୋରା ଗୋରିପୋରା ଗ୍ରାମରେ ସୁରକ୍ଷା ବାହିନୀ ସହ ଏନକାଉଣ୍ଟରରେ ଦୁଇଜଣ ଆତଙ୍କି ନିପାତ । ନିହତ ଦୁଇ ଆତଙ୍କିଙ୍କ ସହ ଜଣେ ଆତଙ୍କବାଦୀ ସହଯୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ତଲାସି ଅଭିଯାନ ଜାରି ଥିବା କହିଛି ପୋଲିସ ।
24 ଘଣ୍ଟାରେ ଦକ୍ଷିଣ କାଶ୍ମୀରରେ ଏହା ହେଉଛି ଦ୍ବିତୀୟ ଏନକାଉଣ୍ଟର | ଶୁକ୍ରବାର ସନ୍ଧ୍ୟାରେ ଦକ୍ଷିଣ କାଶ୍ମୀର ଅନନ୍ତନାଗରେ ସୁରକ୍ଷା ବାହିନୀ ସହିତ ମୁହାଁ ମୁହିଁରେ ଦୁଇ ଆତଙ୍କବାଦୀ ନିହତ ହୋଇଥିବାବେଳେ ଆତଙ୍କି ଅପହୃତ ପୋଲିସ କନେଷ୍ଟବଳକୁ ଉଦ୍ଧାର କରାଯାଇଥିଲା ।