ଓଡିଶା

odisha

ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍‌କୁ ସଫଳତା, 2 ଆତଙ୍କବାଦୀ ଗିରଫ

By

Published : Sep 7, 2020, 1:04 PM IST

ବାବର ଖାଲ୍‌ସା ଇଣ୍ଟରନ୍ୟାସନାଲ(ବିକେଆଇ)ର ଦୁଇଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ସୋମବାର ଗିରଫ କରିଛି ।

babra khalsa
ଦିଲ୍ଲୀରୁ 2 ବାବର ଖାଲସା ଇଣ୍ଟରନ୍ୟାସନାଲ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ: ବାବର ଖାଲ୍‌ସା ଇଣ୍ଟରନ୍ୟାସନାଲ(ବିକେଆଇ)ର ଦୁଇଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ସୋମବାର ଗିରଫ କରିଛି। ଦୁଇ ଜଣ ଆତଙ୍କବାଦୀଙ୍କ ନାମ ଦିଲାୱର ସିଂ ଏବଂ କୁଲୱନ୍ତ ସିଂ ବୋଲି ଜଣାପଡିଛି ।

ଡିସିପି ସଞ୍ଜୀବ ଯାଦବଙ୍କ ଅନୁଯାୟୀ, ବାବର ଖାଲ୍‌ସା ଇଣ୍ଟରନ୍ୟାସନାଲର ଆତଙ୍କବାଦୀଙ୍କୁ ନେଇ ଏକ ସ୍ବତନ୍ତ୍ର ସେଲର ଟିମ୍ କାମ କରୁଥିଲା । ଏହାରି ମଧ୍ୟରେ ଗୁପ୍ତ ସୂଚନା ଆଧାରରେ ଦୁଇଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ତେବେ ଦୁଇ ଆତଙ୍କବାଦୀଙ୍କୁ କାବୁ କରିବା ସମୟରେ ସେମାନେ ପୋଲିସ ଟିମ ଉପରକୁ ଗୁଳି ମଧ୍ୟ ଚଳାଇଥିଲେ । ଯାହାର ପାଲଟା ଜବାବ ସ୍ବରୁପ ପୋଲିସ ମଧ୍ୟ ସେମାନଙ୍କ ଉପରକୁ ଗୁଳି ଚାଳନା କରିଥିଲେ ।

ବର୍ତ୍ତମାନ ଦୁଇ ଆତଙ୍କବାଦୀଙ୍କ ବିରୋଧରେ ଆର୍ମସ୍ ଆକ୍ଟ ଅଧିନରେ ଏକ ମାମଲା ରୁଜୁ କରାଯାଇଛି । ଏହାଛଡା ସେମାନଙ୍କ ନିକଟରୁ ମୋଟ 6ଟି ପିସ୍ତଲ ଏବଂ 40ଟି ଗୁଳି ଜବତ କରାଯାଇଛି । ତେବେ ଭୁପେନ୍ଦ୍ର ଏବଂ କୁଲୱନ୍ତ ଲୁଧିଆନାର ବାସିନ୍ଦା ଅଚନ୍ତି । ବହୁ ମାମଲାକୁ ନେଇ ପଞ୍ଜାବ ପୋଲିସ ମଧ୍ୟ ଏହି ଦୁଇ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଖୋଜୁଥିଲା । ଏପଟେ ସ୍ପେଶାଲ ସେଲର ଟିମ୍ ବର୍ତ୍ତମାନ ସେମାନଙ୍କୁ ପଚରାଉଚରା କରୁଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details