ଭୋପାଳ: ବରଯାତ୍ରୀ ନେଇ ବର ଘୋଡାରେ ବସି କନ୍ୟା ଘରକୁ ଯାଉଥିବା କଥା ସମସ୍ତେ ଜାଣନ୍ତି। କିନ୍ତୁ ମଧ୍ୟପ୍ରଦେଶର ଖଣ୍ଡୱାଠାରେ ଠାରେ ଏହାର ସମ୍ପୂର୍ଣ୍ଣ ଓଲଟା ପରମ୍ପରା ଦେଖିବାକୁ ମିଳିଛି। ଦୁଇ ଭଉଣୀ କନ୍ୟା ଯୋଡା ଘୋଡାରେ ବରଯାତ୍ରୀ ନେଇ ବରଘରକୁ ଯାଉଥିବା ଦୃଶ୍ୟ ଏବେ ଚର୍ଚ୍ଚାରେ। ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ବରଯାତ୍ରୀ ନେଇ ବର ଘରକୁ ବାହାରିଲେ ଦୁଇ କନ୍ୟା - ମଧ୍ୟପ୍ରଦେଶର ଖଣ୍ଡୱାରେ ଭିନ୍ନ ପରମ୍ପରା ବାହାଘର
ମଧ୍ୟପ୍ରଦେଶର ଖଣ୍ଡୱାଠାରେ ଠାରେ ଦେଖିବାକୁ ମିଳିଛି ସମ୍ପୂର୍ଣ୍ଣ ଭିନ୍ନ ଢଙ୍ଗର ବାହାଘର । ଏଠାରେ ଦୁଇ ଭଉଣୀ କନ୍ୟା ଯୋଡା ଘୋଡାରେ ବରଯାତ୍ରୀ ନେଇ ବରଘରକୁ ଯାଉଥିବା ଦୃଶ୍ୟ ଏବେ ଚର୍ଚ୍ଚାରେ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
![ବରଯାତ୍ରୀ ନେଇ ବର ଘରକୁ ବାହାରିଲେ ଦୁଇ କନ୍ୟା ବରଯାତ୍ରୀ ନେଇ ବର ଘରକୁ ବାହାରିଲେ ଦୁଇ କନ୍ୟା](https://etvbharatimages.akamaized.net/etvbharat/prod-images/768-512-5825578-thumbnail-3x2-bride.jpg)
ବରଯାତ୍ରୀ ନେଇ ବର ଘରକୁ ବାହାରିଲେ ଦୁଇ କନ୍ୟା
ମଧ୍ୟପ୍ରଦେଶ ଖଣ୍ଡୱା ଅଞ୍ଚଳର ଦୁଇ ଭଉଣୀ ସାକ୍ଷୀ ଓ ସୃଷ୍ଟି ନୀଳ ସୁଟ ଓ କଳା ଚସମା ପିନ୍ଧି ଘୋଡାରେ ବସି ବର ଘରକୁ ଯାଉଛନ୍ତି। କନ୍ୟା ଦ୍ବୟ ଘୋଡା ସବାରୀର ମଜା ନେବା ସହ ନାଚୁଛନ୍ତି। ବରଯାତ୍ରୀରେ ବହୁ ସଂଖ୍ୟାରେ ବରଯାତ୍ରୀ ବ୍ୟାଣ୍ଡ ବାଜା ତାଳେ ତାଳେ ନାଚୁଥିବା ଦେଖାଯାଉଛି। ପାଟିଦାର ସମାଜରେ କନ୍ୟା ବରଯାତ୍ରୀ ନେଇ ବର ଘରକୁ ଯିବାର ପରମ୍ପରା ରହିଛି ।