ଓଡିଶା

odisha

ETV Bharat / bharat

ଘୋଡା ଚଢି ବର ଘର ଗଲେ ଦୁଇ ଭଉଣୀ...

ଘୋଡା ଚଢି ବର ଘର ଯାଇଛନ୍ତି ଦୁଇ ଉଭଣୀ। ପ୍ରଥାକୁ ଏବେ ବି ବଞ୍ଚାଇ ରଖିଛନ୍ତି ଆଧୁନିକ ସମାଜର ପିଲା। ଅଧିକ ପଢନ୍ତୁ..

two sister rode horses to reach houses of their grooms
ଘୋଡା ଚଢି ବର ଘର ଗଲେ ଦୁଇ ଭଉଣୀ..

By

Published : Jan 24, 2020, 12:28 PM IST

ଭୋପାଳ:ଏବେ ବି ନିଜ ସଂସ୍କାର ଓ ପ୍ରଥାକୁ ଭୁଲି ନାହାଁନ୍ତି ଆଜିର ଆଧୁନିକ ସମାଜର ପିଲା। ଏହାର ଜୀବନ୍ତ ଉଦାହରଣ ଦେଖିବାକୁ ମିଳିଛିମଧ୍ୟପ୍ରଦେଶର ଭୋପାଳରେ। ପଟ୍ଟିଦାର ସମ୍ପ୍ରଦାୟର ଦୁଇ ଭଉଣୀ ପାରମ୍ପରିକ ପ୍ରଥା ଅନୁସାରେ ବିବାହ କରିଛନ୍ତି।

ସାଧାରଣତଃ ବିବାହରେ ବରଯାତ୍ରୀ ସହ ଝିଅ ଘରକୁ ଆସିଥାଏ ପୁଅ । ହେଲେ ଭୋପାଳରେ ଦେଖିବାକୁ ମିଳିଛି ଏହାର ଠିକ ଓଲଟା । ମଧ୍ୟପ୍ରଦେଶର ଖଣ୍ଡୱାସ୍ଥିତ ପୁଅ ଘରକୁ ଯାଇଛି ବୋହୂ ବେଶରେ ସଜ୍ଜିତ ଝିଅ। ତାହା ପୁଣି କୌଣସି କାରରେ ନୁହେଁ ବରଂ ଘୋଡା ଚଢି। ଭୋପାଳର ସାକ୍ଷୀ ଏବଂ ସୃଷ୍ଟି ଦୁଇ ଭଉଣୀଙ୍କର ବିବାହ ଏକାଠି ସ୍ଥିର ହୋଇଥିଲା । ଘୋଡା ଚଢି ରୋଶଣୀ କରି ବର ଘର ଅଭିମୁଖେ ଯାଇଥିଲେ।

ବନ୍ଧୁ ବାନ୍ଧବଙ୍କ ସାକ୍ଷୀ ଓ ସୃଷ୍ଟିଙ୍କ ସାଙ୍ଗସାଥି ବରଯାତ୍ରୀରେ ସାମିଲ ହୋଇ ନାଚି ନାଚି ବର ଘରକୁ ଯାଇଥିଲେ। ଆଉ ବର ଘରେ ପହଞ୍ଚି ବଡ ଧୂମଧାମରେ ହୋଇଛନ୍ତି ବିବାହ।

ABOUT THE AUTHOR

...view details