ଓଡିଶା

odisha

ଇରାକର ଗ୍ରୀନଜୋନରେ ଆକ୍ରମଣ, ଆମେରିକା ଦୂତାବାସ ନିକଟରେ ରକେଟ ମାଡ

ଇରାକରେ ପୁଣି ଆମେରିକା ପ୍ରତିଷ୍ଠାନ ଉପରେ ରକେଟ ମାଡ । ଇରାକସ୍ଥିତ ଆମେରିକା ଦୂତାବାସ ଉପରେ ପୁଣି ଆକ୍ରମଣ । ଆମେରିକା ଦୂତାବାସର ପ୍ରାୟ 100ମିଟର ଦୂରରେ ଏହି ରକେଟ ମାଡ କରାଯାଇଛି ।

By

Published : Jan 9, 2020, 8:00 AM IST

Published : Jan 9, 2020, 8:00 AM IST

Two rockets attacked near US embassy
ଇରାକର ଗ୍ରୀନଜୋନରେ ଆକ୍ରମଣ

ବାଗଦାଦ: ଇରାକରେ ପୁଣି ଆମେରିକା ପ୍ରତିଷ୍ଠାନ ଉପରେ ରକେଟ ମାଡ । ଇରାକସ୍ଥିତ ଆମେରିକା ଦୂତାବାସ ଉପରେ ପୁଣି ଆକ୍ରମଣ । ଆମେରିକା ଦୂତାବାସର ପ୍ରାୟ 100ମିଟର ଦୂରରେ ଏହି ରକେଟ ମାଡ କରାଯାଇଛି । ଏହାକୁ ସ୍ପଷ୍ଟ କରିଛନ୍ତି ଇରାକର ସେନା । ଇରାକରେ ଗ୍ରୀନଜୋନରେ ଦୁଇଟି ରକେଟ ମାଡ କରାଯାଇଥିବା ବେଳେ ଆହତଙ୍କ ସୂଚନା ମିଳିପାରିନାହିଁ ।

ଏହା ପୂର୍ବରୁ ଜାନୁଆରୀ 5ରେ ବାଗଦାଦର ଗ୍ରୀନ ଜୋନରେ ଇରାନ ସମର୍ଥକ ମିଲିସିୟା ରକେଟ ମାଡ କରିଥିଲା । କିଛି ରକେଟ ଦୂତାବାସ ଭିତରେ ମଧ୍ୟ ପଡିଥିଲା । ଇରାନ ମତରେ ଏହି ଆକ୍ରମଣରେ ଅନେକଙ୍କ ମୃତ୍ୟୁ ହୋଇଥିଲା ବେଳେ ଆମେରିକା କିନ୍ତୁ ଏହାକୁ ଖାରିଜ କରିଥିଲା ।

ପ୍ରକାଶଥାଉକି, ବୁଧବାର ଇରାନ ନିଜ ଜେନେରାଲ କାସିମ ସୁଲେମାନଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ଆମେରିକାର ଦୁଇଟି ସେନାବେସ୍ ଉପରେ ଆକ୍ରମଣ କରିଥିଲା । ଇରାନ ମତରେ ଏଥିରେ 80ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆମେରିକା ଏହାକୁ ମଧ୍ୟ ଖାରିଜ କରିଥିଲା ।

ABOUT THE AUTHOR

...view details