ଓଡିଶା

odisha

ETV Bharat / bharat

6 ପୋଲିସ ଅଧିକାରୀ କୋରୋନା ଆକ୍ରାନ୍ତ, 2 ପୋଲିସ ଷ୍ଟେସନ ବନ୍ଦ - କୋରୋନା

6 ଜଣ ପୋଲିସ ଅଧିକାରୀ କୋରୋନା ଆକ୍ରାନ୍ତ ହେବାପରେ ଚେନ୍ନାଇର ଦୁଇ ପୋଲିସ ଷ୍ଟେସନକୁ ବନ୍ଦ କରାଯାଇଛି ।

_corona
6 ପୋଲିସ ଅଧିକାରୀ କୋରୋନା ଆକ୍ରାନ୍ତ

By

Published : Apr 26, 2020, 2:57 PM IST

ଚେନ୍ନାଇ: ଚେନ୍ନାଇର ଦୁଇ ପୋଲିସ ଷ୍ଟେସନ ବନ୍ଦ । 6 ଜଣ ପୋଲିସ ଅଧିକାରୀ କୋରୋନା ଆକ୍ରାନ୍ତ ହେବାପରେ ଚେନ୍ନାଇର ଦୁଇ ପୋଲିସ ଷ୍ଟେସନକୁ ବନ୍ଦ କରାଯାଇଛି ।

ପୋଡାନୁର ଏବଂ କୁନିଆମୁଥୁର ଅଞ୍ଚଳର ଦୁଇ ପୋଲିସ ଷ୍ଟେସନକୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି । ତେବେ 6 ଜଣ ପୋଲିସ ଅଧିକାରୀ ସହରର ଇଏସଆଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ଏପଟେ ଦୁଇ ପୋଲିସ ଷ୍ଟେସନର ଅଧିକାରୀଙ୍କୁ ଏକ ଘରୋଇ ବିବାହ ହଲକୁ ପଠାଯାଇଛି । ଏଥିସହ 105 ଜଣ ପୋଲିସ ଅଧିକାରୀଙ୍କ କୋରୋନା ରିପୋର୍ଟ ନେଗେଟିଭ ଆସିଥିବା ପୋଲିସ କମିଶନର ସୁମିତ ସରନ କହିଛନ୍ତି ।

ABOUT THE AUTHOR

...view details