କୋଲକାତା: ପଶ୍ଚିମବଙ୍ଗରେ ଦିନକୁ ଦିନ ରାଜନୈତିକ ହିଂସାକାଣ୍ଡ ବଢିବାରେ ଲାଗିଛି । ନିର୍ବାଚନ ପରଠୁ ଏଠାରେ ସର୍ବଦା ହିଂସାକାଣ୍ଡ ଲାଗିରହିଛି । ଆଉ ଏହାର ପ୍ରଭାବରେ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ପଶ୍ଚିମବଙ୍ଗର ଉତ୍ତର 24 ପ୍ରଗଣାସ୍ଥିତ ଭାଟପାରାରେ 2 ବିରୋଧୀ ଦଳ ମଧ୍ୟରେ ଗଣ୍ଡଗୋଳ ଏବଂ ବୋମା ବିସ୍ଫୋରଣ ହେବା ଫଳରେ 2 ବିଜେପି କର୍ମୀଙ୍କ ମୃତ୍ୟୁ ଘଟିଛି । ଫଳରେ ସ୍ଥାନୀୟ ଲୋକେ ଉତ୍ତେଜନା ସୃଷ୍ଟି କରିଛନ୍ତି । ଯାହାର ପରିମାଣ ସ୍ବରୂପ ଏଠାରେ 144 ଧାରା ଲାଗୁ ହୋଇଛି ।
ବଙ୍ଗଳାରେ ପହଞ୍ଚିଲା ବିଜେପି କର୍ମୀଙ୍କ ମରଶରୀର: ତେଜିଲେ ଲୋକେ, 144 ଧାରା ଲାଗୁ
ଶୁକ୍ରବାର ପଶ୍ଚିମବଙ୍ଗ ଉତ୍ତର 24 ପ୍ରଗଣାସ୍ଥିତ ଭାଟପାରାରେ ବିଜେପି ଏବଂ ଟିଏମସି ମଧ୍ୟରେ ଚାଲିଥିବା ହିଂସାକାଣ୍ଡ ଉଗ୍ରରୂପ ନେଇଛି । ଏଠାରେ ବୋମା ବିସ୍ଫୋରଣ ହେବା ପରେ 2 ବିଜେପି କର୍ମୀଙ୍କ ମୃତ୍ୟୁ ଘଟିଛି । ଫଳରେ ଏଠାରେ ଉତ୍ତେଜନା ସୃଷ୍ଟି ହୋଇଛି । ଏହା ସହିତ 144 ଧାରା ମଧ୍ୟ ଲାଗୁ ହୋଇଛି ।
ଶୁକ୍ରବାର ବିଜେପି କର୍ମୀଙ୍କ ମରଶରୀର ପହଞ୍ଚିବା ପରେ ଏଠାରେ ହିଂସା ସୃଷ୍ଟି ହୋଇଛି । ବିଜେପି ସାଂସଦ ଅର୍ଜୁନ ସିଂହଙ୍କ ଉପସ୍ଥିତିରେ ପୋଲିସ ଉପରେ ପଥର ମାଡ ମଧ୍ୟ ହୋଇଛି । ଶନିବାର ବିଜେପିର ପ୍ରତିନିଧିମଣ୍ଡଳ ରାଜ୍ୟ ଗସ୍ତ କରିବ । ସେପଟେ ଏହି ହିଂସାକାଣ୍ଡରେ ପୋଲିସ 16 ଜଣଙ୍କୁ ଗିରଫ କରିଛି । କୁହାଯାଉଛି ଗତକାଲି (ଶୁକ୍ରବାର) ଭାଟପାରାରେ ବିଜେପି ଏବଂ ଟିଏମସି ମଧ୍ୟରେ ବୋମା ବିସ୍ଫୋରଣ ହୋଇଥିଲା । ଆଉ ଏହି ହିଂସାକାଣ୍ଡରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି ।
ଏହି ଘଟଣାକୁ ବିରୋଧ କରିଛି ବିଜେପି । ତେଣୁ ଆଜି ଭାଟପାରା ବଜାର ବନ୍ଦ ରହିଛି । ଏହାସହ ଇଣ୍ଟରନେଟ ସେବା ମଧ୍ୟ ଅସ୍ଥାୟୀ ଭାବେ ବନ୍ଦ କରିଦିଆଯାଇଛି । କୁହାଯାଉଛି ଯେ ଆଜି ମଧ୍ୟ ବୋମା ଫୁଟିଛି । ତେଣୁ ଏଠାରେ ଅଧିକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସେପଟେ ଏହି ହିଂସାକାଣ୍ଡ ପରେ ବିଜେପି 3 ଜଣିଆ ଯାଞ୍ଚ ଟିମ ଗଠନ କରିଛି । ଏହି ଯାଞ୍ଚ ଟିମ ବଙ୍ଗଳା ଯାଇ ଯାଞ୍ଚ କରିବ ଏବଂ ରିପୋର୍ଟ ଦେବ ।