ନୂଆଦିଲ୍ଲୀ: କୋରୋନା(COVID19)କୁ ମୁକାବିଲା କରିବା ପାଇଁ ଲକଡାଉନ ପ୍ରତିବନ୍ଧକ ଲଗାଯାଇଛି । ଏହି ସମୟରେ ଜନସ୍ବାସ୍ଥ୍ୟ ଏବଂ ନିରାପତ୍ତା ନିଶ୍ଚିତ କରିବାରେ ବିଫଳ ହୋଇଥିବା ଦିଲ୍ଲୀ ସରକାରଙ୍କ 4 ଜଣ ଅଧିକାରୀଙ୍କ ବିରୋଧରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।
ଦିଲ୍ଲୀ ସରକାରଙ୍କ ପରିବହନ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ, ଅର୍ଥବିଭାଗର ପ୍ରିନ୍ସିପାଲ ସେକ୍ରେଟାରୀଙ୍କୁ ସସପେଣ୍ଡ କରିଥିବା ବେଳେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଓ ସିଲମପୁରର ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।