ଓଡିଶା

odisha

By

Published : Apr 3, 2020, 11:56 AM IST

ETV Bharat / bharat

ଦିଲ୍ଲୀର 2 ନର୍ସିଂ ଅଫିସର କୋରୋନା ଆକ୍ରାନ୍ତ

ଦିଲ୍ଲୀର କ୍ୟାନ୍ସର ଇନଷ୍ଟିଟ୍ୟୁଟିସନର ଦୁଇ ନର୍ସିଂ ଅଫିସରଙ୍କ କୋରୋନା ରିପୋର୍ଟ ପଜେଟିଭ ଆସିଛି ।

corona upadate
ଦିଲ୍ଲୀର 2 ନର୍ସିଂ ଅଫିସର କୋରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: 100ରୁ ଉର୍ଦ୍ଧ୍ବ ଡାକ୍ତର ଓ ନର୍ସଙ୍କୁ କ୍ବାରେଣ୍ଟିନଙ୍କୁ ପଠାଯାଇଥିବା ବେଳେ 2 ନର୍ସିଂ ଅଫିସର କୋରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଦିଲ୍ଲୀର କ୍ୟାନ୍ସର ଇନଷ୍ଟିଟ୍ୟୁଟିସନର ଦୁଇ ନର୍ସିଂ ଅଫିସରଙ୍କ କୋରୋନା ରିପୋର୍ଟ ପଜେଟିଭ ଆସିଛି ।

ସୂଚନା ଅନୁଯାୟୀ, ଦିଲ୍ଲୀର କ୍ୟାନ୍ସର ଇନଷ୍ଟିଟ୍ୟୁଟିସନର ଜଣେ ଡାକ୍ତରଙ୍କ ରିପୋର୍ଟ ପଜେିଭ ଆସିବା ପରେ ମେଡିକାଲକୁ ବନ୍ଦ କରାଯାଇଥିବା ଗତ ବୁଧବାର ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ସୂଚନା ଦେଇଥିଲେ ।

ଏପଟେ ଚିହ୍ନଟ ହୋଇଥିବା ଦୁଇ ନର୍ସିଂ ଅଫିସର ଉକ୍ତ ଡାକ୍ତରଙ୍କ ଯୋଗୋଯୋଗରେ ଆସିଥିବା ଜଣାପଡିଛି । ଏହାଛଡା ଡାକ୍ତରଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କୁ ମଧ୍ୟ ଆଇସୋଲେସନ ୱାର୍ଡରେ ରଖାଯାଇଥିବା ସୂଚନା ମିଳିଛି ।

ପ୍ରକାଶ ଥାଉକି, ବର୍ତ୍ତମାନ କୋରୋନାକୁ ନେଇ ଦେଶର ସ୍ଥିତି ସଙ୍ଗୀନ ଅବସ୍ଥାରେ ପହଞ୍ଚିଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଳାୟର ସୂଚନା ଅନୁଯାୟୀ ବର୍ତ୍ତମାନ ଭାରତରେ 2069 କୋରୋନା ଆକ୍ରାନ୍ତ ଥିବାବେଳେ ସେମାନଙ୍କ ମଧ୍ୟରୁ 1860 ଆକ୍ଟିଭ ଏବଂ156 ସୁସ୍ଥ ଥିବା ଜଣାପଡିଛି ।

ABOUT THE AUTHOR

...view details