ନୂଆଦିଲ୍ଲୀ: ଡ୍ରଗ୍ସ ଚୋରା ଚାଲାଣ ନେଇ ଦୁଇ ନାଇଜାରେଆ ନାଗରିକ ଦିଲ୍ଲୀରୁ ଗିରଫ ହୋଇଛନ୍ତି । ଉଭୟଙ୍କ ନାଁ ଇବ୍ରାହିମ ଓ ଅଲିସା ବୋଲି ଜଣାପଡିଛି । ସେମାନେ ହିମାଚଳପ୍ରଦେଶର ସିମଲାକୁ ହେରୋଇନ ଚୋରାଚାଲାଣ କରୁଥିବା କହିଛନ୍ତି ଏସପି ।
ଡ୍ରଗ୍ସ କାରବାରରେ ଦୁଇ ନାଇଜେରିଆ ନାଗରିକ ଗିରଫ - ଡ୍ରଗ୍ସ କାରବାରରେ ଦୁଇ ନାଇଜରିୟ ଗିରଫ
ଚୋରା ନିଶାକାରବାର ସମ୍ପୃକ୍ତ ଦୁଇ ନାଇଜୋରିଅ ନାଗରିକଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ...
![ଡ୍ରଗ୍ସ କାରବାରରେ ଦୁଇ ନାଇଜେରିଆ ନାଗରିକ ଗିରଫ Two Nigerian nationals arrested](https://etvbharatimages.akamaized.net/etvbharat/prod-images/768-512-6134215-thumbnail-3x2-delhi.jpg)
ଦିଲ୍ଲୀରୁ ଗିରଫ ହେଲେ ଦୁଇ ନାଇଜେରିଅ
ଦିଲ୍ଲୀର ଦ୍ବାରକା ଅଞ୍ଚଳରୁ ଉଭୟଙ୍କୁ ଗିରଫ କରାଯାଇଥିଲା । ଦିଲ୍ଲୀରେ ନାଇଜେରିଆ ନାଗରିକ ମାନେ କିଭଳି ନିଶା କାରବାର କରୁଛନ୍ତି ସେ ବିଷୟରେ ଜଣାପଡିଥିବା କୁଲ୍ଲୁ ଏସପି ଗୌରବ ସିଂ କହିଛନ୍ତି । ସେହିଭଳି ନାଗରିକ ଦ୍ବୟଙ୍କ ପାଖରେ ସଠିକ ଭାରତ ଭ୍ରମଣର କାଗଜ ପତ୍ର ନଥିବା ଜଣାପଡିଛି । ଏନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି କହିଛି ପୋଲିସ ।
@ANI