ସରାୟକେଲା: ନକ୍ସଲଙ୍କ ବିରୁଦ୍ଧରେ ଝାଡଖଣ୍ଡ ପୋଲିସକୁ ବଡ଼ ସଫଳତା । ନକ୍ସଲି ପୋଷ୍ଟର ଲଗାଇବା ସମୟରେ 2ଜଣ ନକ୍ସଲଙ୍କୁ ଗିରଫ କରିଛି ପୋଲିସ । ଖରସାୱା ଏବଂ କୁଚାଇ ପୋଲିସକୁ ରବିବାର ବିଳମ୍ବିତ ରାତିରେ ମହାରାଜା ପ୍ରମାଣିକର ଦୁଇ ଜଣ ନକ୍ସଲ ସକ୍ରିୟ ସଦସ୍ୟଙ୍କୁ ଗିରଫ କରିଛି । ସେମାନେ ହେଲେ ଗଙ୍ଗାରାମ ଓରଫ ଗୋଞ୍ଚେ ଏବଂ ସୋଏନା ସର୍ଦ୍ଦାର ।
ସେମାନଙ୍କ ମଧ୍ୟରୁ ଗଙ୍ଗାରାମ କୁଚାଇ ଥାନା ପୋଲିସ ଷ୍ଟେସନ ଅନ୍ତର୍ଗତ ଅଞ୍ଚଳରେ ଏବଂ ସୋଏନା ସର୍ଦ୍ଦାର ଖରସାୱା ପୋଲିସ ଷ୍ଟେସନ ଅଞ୍ଚଳରେ ପୋଷ୍ଟର ଲଗାଉଥିଲେ । ଏନେଇ ଖରସାୱା ଥାନା ପ୍ରଭାରୀ ସନୋଜ କୁମାର ଚୌଧୁରୀ ଏନେଇ ସୂଚନା ଦେଇଛନ୍ତି ।