ନୂଆଦିଲ୍ଲୀ: ଭାରତରେ କୋରୋନା ଭାଇରସ ବା COVID19 ଚିହ୍ନଟ । ଦୁଇ ଜଣ ଯାତ୍ରୀଙ୍କ ଠାରେ ଏହି ନମୁନା ରହିଥିବା ରିପୋର୍ଟ ହୋଇଛି । ଭାରତ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହୋଇଛି ଏହି ସୂଚନା ।
ଜଣଙ୍କୁ ଦିଲ୍ଲୀ ବିମାନବନ୍ଦରରେ ଚିହ୍ନଟ କରାଯାଇଥିବାବେଳେ ଅନ୍ୟଜଣେ ହାଇଦ୍ରାବଦରେ ଚିହ୍ନଟ ହୋଇଛନ୍ତି । ଉଭୟ ରୋଗୀଙ୍କୁ ଚିହ୍ନଟ କରାଯିବା ପରେ ତାଙ୍କୁ ପରୀକ୍ଷା ପାଇଁ ହସ୍ପିଟାଲକୁ ପଠାଯାଇଛି । ସେପଟେ ଉଭୟ ରୋଗୀଙ୍କୁ ତୀକ୍ଷ୍ଣ ନଜରରେ ରଖିଛି ସ୍ବତନ୍ତ୍ର ଡାକ୍ତରୀ ଟିମ୍ ।