ଶ୍ରୀନଗର: ସୋପିଆନର ଡାଏରୋ ଅଞ୍ଚଳରେ ଶୁକ୍ରବାର ସୁରକ୍ଷା ବାହିନୀର ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିପାତ ହୋଇଛନ୍ତି । ସେଠାରେ ଆତଙ୍କୀ ଲୁଚିଥିବା ନେଇ ସୂଚନା ପାଇବା ପରେ ସେନା ଉକ୍ତ ଅଞ୍ଚଳକୁ ଘେରାଉ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ।
ସୋପିଆନରେ ଏନକାଉଣ୍ଟର, ଦୁଇ ଆତଙ୍କବାଦୀ ନିପାତ - ସୁରକ୍ଷାବାହିନୀ-ଆତଙ୍କବାଦୀ ଗୁଳିବିନିମୟ
ଶୁକ୍ରବାର ସୋପିଆନରେ ସୁରକ୍ଷା ବହିନୀର ଏନକାଉଣ୍ଟରେ ଦୁଇ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଅଧିକ ସୂଚନା ପାଇଁ ପଢନ୍ତୁ ...
![ସୋପିଆନରେ ଏନକାଉଣ୍ଟର, ଦୁଇ ଆତଙ୍କବାଦୀ ନିପାତ Two militants killed in encounter](https://etvbharatimages.akamaized.net/etvbharat/prod-images/768-512-6825291-thumbnail-3x2-jammu.jpg)
ସୋଫିଆନ ଏନକାଉଣ୍ଟର
ପ୍ରଥମେ ଆତଙ୍କବାଦୀମାନେ ଗୁଳିମାଡ କରିବା ପରେ ଜବାବ ଦେଇଥିଲେ ସୁରକ୍ଷାକର୍ମୀ । ଏହି ଗୁଳିବିନିମୟରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ମୃତ ଆତଙ୍କବାଦୀଙ୍କ ପରିଚୟ ଓ ସଙ୍ଗଠନର ଅନୁସନ୍ଧାନ କରାଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ