ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ଏହି ଗୁଳି ବିନିମୟ ମଧ୍ୟରେ ଦୁଇ ଜଣ ଆତଙ୍କୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।
ଅନନ୍ତନାଗରେ 2 ଆତଙ୍କି ନିହତ, ଗୁଳିବିନିମୟ ଜାରି - ଅନନ୍ତନାଗ
ଅନନ୍ତନାଗରେ ଏନକାଉଣ୍ଟରରେ ଦୁଇ ଜଣ ଆତଙ୍କବାଦିଙ୍କ ମୃତ୍ୟୁ ହୋଇଛି । ସେନାର ରାଷ୍ଚ୍ରୀୟ ରାଇଫଲ, ସିଆରପିଏଫ ଓ ଏସଓଜି ଟିମ ସମ୍ପୂର୍ଣ ଅଞ୍ଚଳକୁ ଘେରାବନ୍ଦୀ କରି ଦେଇଛିନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
ତେବେ ଶେଷ ସୂଚନା ମୁତାବକ ସେମାନଙ୍କ ମୃତଦେହ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇନାହିଁ ।
ସେନା ସୁରକ୍ଷାବଳ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳିବିନିମୟ ଅନନ୍ତନାଗ ଜିଲ୍ଲାର ଖୁନ୍ଦରୁ ଖାଜଓ୍ବାନ ପାହାଡ ଅଞ୍ଚଳରେ ହୋଇଥିବା ବେଳେ ସେନାର ରାଷ୍ଚ୍ରୀୟ ରାଇଫଲ, ସିଆରପିଏଫ ଓ ଏସଓଜି ଟିମ ସମ୍ପୂର୍ଣ ଅଞ୍ଚଳକୁ ଘେରାବନ୍ଦୀ କରି ଦେଇଛିନ୍ତି ।