ରାୟପୁର: ଏବେ ପୋଲିସଙ୍କ ଦ୍ବାରା ନକ୍ସଲମାନଙ୍କ ପାଇଁ ଚାଲିଛି ମାର୍କେଟିଂ ଅଭିଯାନ । ଏନେଇ ବହୁଳ ମାତ୍ରାରେ ଆତ୍ମସମର୍ପଣ କରୁଛନ୍ତି ମାଓବାଦୀ । 13 ତାରିଖରେ ତିନି ମାଓବାଦୀ ଆତ୍ମସମର୍ପଣ କରିଥିବା ବେଳେ ଶନିବାର ଆଉ ଦୁଇ ମାଓବାଦୀ ରାଜନନ୍ଦଗାଓଁ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ସେମାନେ ସ୍ବାମୀ ସ୍ତ୍ରୀ ବୋଲି ଜଣା ପଡ଼ିଛି ।
ଆତ୍ମସମର୍ପଣ କରି 15ଲକ୍ଷ ଟଙ୍କା ପୁରସ୍କାର ପାଇଲେ ମାଓ ଦମ୍ପତି - Rajnandgaon police
ପୁଣି ଆତ୍ମସମର୍ପଣ କଲେ ମାଓ ଦମ୍ପତି । ମାଓବାଦୀ ଚିନ୍ତାଧାରାକୁ ନେଇ ନିରାଶା ପ୍ରକାଶ ଆତ୍ମସମର୍ପଣ କରିଥିବା ନକ୍ସଲ । ଅଧିକ ପଢନ୍ତୁ...
15 ଲକ୍ଷ ଟଙ୍କା ପୁରସ୍କାର ନେଇ ଆତ୍ମ ସମର୍ପଣ କଲେ ମାଓ ଦମ୍ପତି
ପୋଲିସ ଅଧୀକ୍ଷକ ଶାଲାବ ସିହ୍ନା ଉଲ୍ଲେଖ କରିଛନ୍ତି ଯେ, କେତେକ ନକ୍ସଲଙ୍କ ମୁଣ୍ଡ ପିଛା ପୁରସ୍କାର ରାଶି ଘୋଷଣା କରାଯାଇଛି । ତେବେ ଶନିବାର ଆତ୍ମସମର୍ପଣ କରିଥିବା ଦମ୍ପତିଙ୍କୁ 15 ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି । ଆତ୍ମସମର୍ପଣ କରିଥିବା ନକ୍ସଲମାନେ ମାଓବାଦୀ ଚିନ୍ତାଧାରାକୁ ନେଇ ନିରାଶା ପ୍ରକାଶ କରିଛନ୍ତି। ସେମାନେ ରାଜ୍ୟ କର୍ତ୍ତୃପକ୍ଷଙ୍କ ତ୍ୟାଗ ଏବଂ ପୁନର୍ବାସ କଭରେଜ୍ ଦ୍ବାରା ପ୍ରଭାବିତ ଅଛନ୍ତି ବୋଲି କହିଛନ୍ତି ।
@ ANI