ଓଡିଶା

odisha

ETV Bharat / bharat

କୁଲୁ-ମନାଲି ରୋଡରେ ଭୂସ୍ଖଳନ; ଟ୍ରକକୁ ଧକ୍କା ଦେଲା ବୋଲ୍ଡର, 2 ମୃତ - କୁଲୁ-ମନାଲି ରୋଡରେ ଭୂଷ୍ଖଳନ

ହିମାଚଳପ୍ରଦେଶ କୁଲୁ-ମନାଲି ରୋଡରେ ଭୂଷ୍ଖଳନ ହେବା ଫଳରେ କୁଲୁ ଅଭିମୁଖେ ଯାଉଥିବା ଏକ ବୋଲ୍ଡର୍ସ 3 ଟି ଗାଡିକୁ ଧକ୍କା ଦେଇଛି । ଫଳରେ ଘଟଣାସ୍ଥଳରେ 2 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି ।

କୁଲୁ-ମନାଲି ରୋଡରେ ଭୂଷ୍ଖଳନ; ଟ୍ରକକୁ ଧକ୍କା ଦେଲା ବୋଲ୍ଡର,  2 ମୃତ
କୁଲୁ-ମନାଲି ରୋଡରେ ଭୂଷ୍ଖଳନ; ଟ୍ରକକୁ ଧକ୍କା ଦେଲା ବୋଲ୍ଡର, 2 ମୃତ

By

Published : Aug 14, 2020, 3:44 PM IST

ସୀମଲା: ହିମାଚଳପ୍ରଦେଶ କୁଲୁ-ମନାଲି ରୋଡରେ ଭୂସ୍ଖ ଳନ ହେବା ଫଳରେ କୁଲୁ ଅଭିମୁଖେ ଯାଉଥିବା ଏକ ବୋଲ୍ଡର୍ସ 3 ଟି ଗାଡିକୁ ଧକ୍କା ଦେଇଛି । ଫଳରେ ଘଟଣାସ୍ଥଳରେ 2 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି ।

ପୋଲିସର ସୂଚନାନୁସାରେ, ଯାନବାହାନଗୁଡ଼ିକ ପନିପରିବା ସମେତ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବା ପାଇଁ କୁଲୁ ଅଭିମୁଖେ ଯାଉଥିଲେ । ଆଜି ସକାଳେ ଭୂସ୍ଖଳନ ହେତୁ ମାଣ୍ଡି ଜିଲ୍ଲାର ହାନୋଗୀ ମନ୍ଦିର ନିକଟରେ ଏନଏଚ- 3 ଉପରେ ଏକ ଟ୍ରକ୍ ସମେତ ବୋଲ୍ଡର୍ସ 3 ଟି ଗାଡିକୁ ଧକ୍କା ଦେଇଥିଲା । ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଆହତ ହୋଇଥିଲେ।

କୁଲୁ ଅଭିମୁଖେ ଯାଉଥିବା ଏହି ଯାନ ଗୁଡିକ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ପନିପରିବା ନେଇ ଯାଉଥିଲା । ସେହି ସମୟରେ ଭୂସ୍ଖଳନ ହେତୁ ଗାଡିଗୁଡିକ ପରସ୍ପରକୁ ଧକ୍କା ଦେଇଥିଲା ବୋଲି ମାଣ୍ଡି ପୋଲିସ୍ ଏସପି ଗୁରୁଦେବ ଚାନ୍ଦ ଶର୍ମା କହିଛନ୍ତି ।

ସେପଟେ କୁଲୁ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଯୋଗୁଁ ରାଜ୍ୟ ରାଜପଥ ଅବରୋଧ କରାଯାଇଛି । ଫଳରେ 15 ପଞ୍ଚାୟତ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ABOUT THE AUTHOR

...view details