କୋଲକାତା: ପଶ୍ଚିମବଙ୍ଗ ପୋଲିସକୁ ମଙ୍ଗଳବାର ବଡ ସଫଳତା ମିଳିଛି । ବାଂଲାଦେଶର ସକ୍ରିୟ ଆତଙ୍କବାଦୀ ସଙ୍ଗଠନ ଜାମାତ-ଉଲ-ମୁଜାହିଦ୍ଦିନର(ଜେଏମବି) ୨ ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ସେମାନଙ୍କୁ ମାଲଦା ଜିଲ୍ଲାର ସାମସି ଗାଁରୁ ଗିରଫ କରାଯାଇଛି।। ଗିରଫ ଆତଙ୍କବାଦୀଦ୍ୱୟ ହେଉଛନ୍ତି ନିଜାମୁଦ୍ଦିନ ଖାନ ଏବଂ ଅବଦୁଲ ବାରୀ ।
ପଶ୍ଚିମବଙ୍ଗରୁ 2 ଜେଏମବି ଆତଙ୍କବାଦୀ ଗିରଫ
ବାଂଲାଦେଶର ସକ୍ରିୟ ଆତଙ୍କବାଦୀ ସଙ୍ଗଠନ ଜାମାତ-ଉଲ-ମୁଜାହିଦ୍ଦିନର(ଜେଏମବି ) ୨ ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି ପଶ୍ଚିମବଙ୍ଗ ପୋଲିସ ।
ଫାଇଲ ଫଟୋ
ସୋମବାର ଗିରଫ ହୋଇଥିବା ଜାମାତ-ଉଲ-ମୁଜାହିଦ୍ଦିନର ସମର୍ଥକ ମହମ୍ମଦ ଅବଦୁଲ ଖାସମୀର ବୟାନ ଆଧାରରେ ପୋଲିସ ଅବଦୁଲ ଓ ନିଜାମୁଦ୍ଦିନକୁ ଗିରଫ କରିଛି। ଉଭୟ ପଶ୍ଚିମବଙ୍ଗର ଉତ୍ତର ଦିନାଜପୁର ଜିଲ୍ଲାରେ ଜେଏମବି ସଙ୍ଗଠନର ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ । ସେମାନଙ୍କୁ ଆତଙ୍କବାଦୀ କାର୍ଯ୍ୟ କରିବା ପାଇଁ ଜେଏମବିର ସଲାହୀନ ଏବଂ ଏଜାଜ ନିର୍ଦ୍ଦେଶ ଦେଉଥିଲେ । ସେମାନଙ୍କ ନିର୍ଦ୍ଦେଶକ୍ରମେ ଏମାନେ ସଙ୍ଗଠନ ପାଇଁ ଯୁବକଙ୍କୁ ଭର୍ତ୍ତି କରିବା ସହ ସେମାନଙ୍କୁ ପ୍ରଶିକ୍ଷଣ ମଧ୍ୟ ଦେଉଥିଲେ।