ଓଡିଶା

odisha

ETV Bharat / bharat

ରଙ୍ଗିଲା ରୋମିଓ: 10 ଜଣଙ୍କୁ ଧୋକ୍କା ଦେଇ ଚଳୁ କରିଥିଲା 25ଲକ୍ଷ - A Play Boy Arrested

ବେଙ୍ଗାଲୁରୁ ପୋଲିସ ଏକ ରଙ୍ଗିଲା ପ୍ରେମିକକୁ ଗିରଫ କରିଛି । ଯିଏକି 10ଜଣ ଯୁବତୀଙ୍କୁ ଧୋକ୍କା ଦେଇ 25ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା କରିଥିଲା ଚଳୁ । ଅଧିକ ପଢନ୍ତୁ...

ରଙ୍ଗିଲା ରୋମିଓ: 10ଜଣଙ୍କୁ ଧୋକ୍କା ଦେଇ ଚଳୁ କରିଥିଲା 25ଲକ୍ଷ
ରଙ୍ଗିଲା ରୋମିଓ: 10ଜଣଙ୍କୁ ଧୋକ୍କା ଦେଇ ଚଳୁ କରିଥିଲା 25ଲକ୍ଷ

By

Published : Jul 20, 2020, 6:48 PM IST

ବେଙ୍ଗାଲୁରୁ: ଦେଖିବାକୁ ସାଧାସିଧା । କାମ କିନ୍ତୁ ଖତରନାକ । ଗୋଟିଏ କି ଦୁଇଟି 10ଟି ଗର୍ଲଫ୍ରେଣ୍ଡକୁ ଚୁନା ଲଗେଇ ଲକ୍ଷାଧିକ ଟଙ୍କା ଲୁଟ୍‌ କରିଥିବା ଜଣେ ରୋମିଓକୁ ଗିରଫ କରିଛି ବେଙ୍ଗାଲୁରୁ ପୋଲିସ । ଏହି ରଙ୍ଗିନ ମିଜାଜ ଯୁବକର କଥା ଶୁଣିଲେ ଯେ କେହିବି କାନରେ ହାତ ଦେବେ । ସିଧାସିଧା ଚେହେରା ପଛରେ ରହିଥିଲା କୁତ୍ସିତ କାରନାମା । ହଁ ଆଜ୍ଞା ଦୁଇ ଦୁଇ ଥର ନିର୍ବନ୍ଧ ଆଉ 10ଟି ଗର୍ଲଫ୍ରେଣ୍ଡକୁ ନେଇ ଟଙ୍କା ଲୁଟ କରୁଥିବା ଏହି ଯୁବକ ଏବେ ପୋଲିସ ହାତରେ । ଧରାପଡିବା ପରେ ପଦାକୁ ଆସିଛି ଅସଲ କାରନାମା ।

ଏହି ଯୁବକ ଜଣକ ହେଉଛି ବିଜୟପୁରାର ଜଗନ୍ନାଥ । ଯିଏକି ମାଟ୍ରିମୋନିଆଲ ସାଇଟରେ ବିଧବା ଓ ଯୁବତୀଙ୍କୁ ଜାଲରେ ଫସାଉଥିଲା । ପ୍ରଥମେ ଯୁବତୀଙ୍କୁ ନିବେଦନ ପରେ ବନ୍ଧୁତା । ବନ୍ଧୁତାରୁ ବିଶ୍ବାସ ଜନ୍ମାଇ ନେଇଯାଇଥିଲା 7ଲକ୍ଷ ଟଙ୍କା । ଟଙ୍କା ନେବା ପରେ ଯୁବତୀଙ୍କ ସହ ଯୋଗାଯୋଗ ବନ୍ଦ କରିଦେଇଥିଲା ।

ଏନେଇ ମହିଳା ଜଣକ ପ୍ରତାରିତ ହୋଇଥିବା ଜାଣିବା ପରେ ଥାନାରେ ଏତଲା ଦେଇଥିଲେ । ଏତଲା ଆଧାରରେ ତଦନ୍ତ କରି ଯୁବକକୁ ଗିରଫ କରିବାରେ ସଫଳ ହୋଇଛି । ଆଉ ଗିରଫ ପରେ ଯୁବକ 10ଜଣ ଯୁବତୀଙ୍କୁ ଏଭଳି ଠକି ଥିବା ପୋଲିସ ଆଗରେ ସ୍ବୀକାର କରିଛି । ସେ 10 ଜଣ ବିଧବା ମହିଳାଙ୍କୁ ଠକିବା ସହ ସେମାନଙ୍କ ଠାରୁ 25 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଠକି ନେଇଛି । ଏପରିକି ବିବାହର ଆଶ୍ବସନା ଦେଇ 5 ଜଣ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ମଧ୍ୟ ସେ କହିଛି । ପୋଲିସ ତା ନିକଟରୁ 6ଲକ୍ଷଟଙ୍କା ସହ ଗୋଟିଏ କାର, 2ଟି ମୋବାଇଲ, 25ଟି ସିମକାର୍ଡ ଓ 22ଟି ଏଟିଏମ କାର୍ଡ, 3ଟି ପାନ ସହ 3ଟି ଭୋଟର କାର୍ଡ ଜବତ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details