ହାଇଦ୍ରାବାଦ:ପୁଣି 2 ମୁଣ୍ଡ ନେଲା କୋରୋନା । ପଞ୍ଜାବରେ କୋରୋନାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ହେଉଛନ୍ତି ହରଭଜନ ସିଂ । ତେବେ ଏହା ହେଉଛି ପଞ୍ଜାବର ଦ୍ବିତୀୟ କୋରୋନା ରୋଗୀଙ୍କ ମୃତ୍ୟୁ । ଅମୃତସର ଡିସି ଶିବଦୁଲାର ସିଂ କୋରୋନା ମୃତକଙ୍କ ବିଷୟରେ ସୂଚନା ଦେଇଛନ୍ତି । ପୂର୍ବରୁ ରାଜ୍ୟରେ କୋରୋନା ଯୋଗୁଁ ଜଣଙ୍କ ମୃତ୍ୟୁ ହୋଇଥିଲା । ପଞ୍ଜାବରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 38 ରେ ପହଞ୍ଚିଛି ।
12 ଘଣ୍ଟାରେ ପୁଣି 2 ମୁଣ୍ଡ ନେଇଗଲା କୋରୋନା - corona news
ବଢୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପୁୁଣି 2 ମୁଣ୍ଡ ନେଲା ଭାଇରସ । ଅଧିକ ପଢନ୍ତୁ....
![12 ଘଣ୍ଟାରେ ପୁଣି 2 ମୁଣ୍ଡ ନେଇଗଲା କୋରୋନା Two death in corona](https://etvbharatimages.akamaized.net/etvbharat/prod-images/768-512-6591455-thumbnail-3x2-corona-jp.jpg)
ପୁଣି 2 ମୁଣ୍ଡ ନେଲା କୋରୋନା
ସେହିପରି ପଶ୍ଚିମବଙ୍ଗରେ ମଧ୍ୟ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ 50 ବର୍ଷୀୟ ବୃଦ୍ଧା ବୋଲି ଜଣାପଡିଛି । ଏହାପରେ ରାଜ୍ୟରେ କୋରୋନା ମୃତକଙ୍କ ସଂଖ୍ୟା 2ରେ ପହଞ୍ଚିଛି । ତେବେ ଭାରତରେ କୋରୋନା ପଜେଟିଭଙ୍କ ସଂଖ୍ୟା 1024 ଥିବା ବେଳେ ମୃତ୍ୟୁ ସଂଖ୍ୟା 2 ଛୁଇଁଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ