ନୂଆଦିଲ୍ଲୀ: ନାଗରିକତ୍ବ ସଂଶୋଧନ ଆଇନ୍ ବିରୋଧରେ ଶୁକ୍ରବାର ରାଜଧାନୀ ଦିଲ୍ଲୀରେ 2ଟି ବଡ ଧରଣର ପ୍ରଦର୍ଶନ ହେବ । ଅପରାହ୍ନ 1ଟା ସମୟରେ ଭୀମ ଆର୍ମି ପକ୍ଷରୁ ମସଜିଦ ଗେଟ ନମ୍ବର-1ରୁ ଜନ୍ତରମନ୍ତର ପର୍ଯ୍ୟନ୍ତ ବିକ୍ଷୋଭ କରିବାକୁ ଆହ୍ବାନ ଦିଆଯାଇଛି। ସେପଟେ ଅନ୍ୟ କେତେକ ସଙ୍ଗଠନ ସନ୍ଧ୍ୟା 5ଟା ବେଳେ ରାଜୀବଚୌକ ମେଟ୍ରୋ ଷ୍ଟେସନର ଗେଟ ନମ୍ବର-7 ରେ ପ୍ରଦର୍ଶନର ଆହ୍ବାନ ଦେଇଛନ୍ତି।
ସିଏଏ ତାତି: ଦିଲ୍ଲୀରେ ହେବ ବହୁତ ବିରାଟ ପ୍ରଦର୍ଶନ - two big demonstrations in delhi
ନାଗରିକତ୍ବ ସଂଶୋଧନ ଆଇନ୍ ବିରୋଧରେ ଶୁକ୍ରବାର ରାଜଧାନୀ ଦିଲ୍ଲୀରେ 2ଟି ବଡଧରଣର ପ୍ରଦର୍ଶନ ହେବ। ଏହି ପ୍ରଦର୍ଶନକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ଫାଇଲ ଫଟୋ
ଦିଲ୍ଲୀ ପୋଲିସ ପାଇଁ ଆଜିର ଦିନ ବହୁତ ବଡ ଚ୍ୟାଲେଞ୍ଜିଂ ସାବ୍ୟସ୍ତ ହେବ। ଅପରାହ୍ନ ପରେ ଦିଲ୍ଲୀର ସୁରକ୍ଷା ବ୍ୟବସ୍ଥା ବିଗିଡିବାର ଆଶଙ୍କା ପ୍ରକାଶ ପାଇଛି । ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ଏକାଥରକେ 40ରୁ ଊର୍ଦ୍ଧ୍ବ ବିକ୍ଷୋଭ ହେବାର ଆଶଙ୍କା ରହିଛି। ଏହି ପ୍ରଦର୍ଶନ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ଜଣାପଡିଛି।