ଓଡିଶା

odisha

ETV Bharat / bharat

ଲକଡାଉନ 2.0: ପିଲାଙ୍କ ସହ ବଢାନ୍ତୁ ଦୋସ୍ତି

ଏବେ ସମୟ ଆସିଛି ଟିକେ ଆଧୁନିକତାକୁ ଆପଣାନ୍ତୁ । ପିଲାଙ୍କ ସହ ମିଶି ଗେମ ଖେଳନ୍ତୁ । ବିଭିନ୍ନ ଆପ୍‌ ବିଷୟରେ ଜାଣନ୍ତୁ । ଅଧିକ ପଢନ୍ତୁ...

ଲକଡାଉନ 2.0: ପିଲାଙ୍କ ସହ ବଢାନ୍ତୁ ଦୋସ୍ତି
ଲକଡାଉନ 2.0: ପିଲାଙ୍କ ସହ ବଢାନ୍ତୁ ଦୋସ୍ତି

By

Published : Apr 15, 2020, 6:49 AM IST

ହାଇଦ୍ରାବାଦ: ଆଶା ଅନୁସାରେ ଲକଡାଉନ 2.0 ଘୋଷଣା ହୋଇଛି । ପୁଣି 3 ସପ୍ତାହ ସମ୍ପୂର୍ଣ୍ଣ ଭାବେ ଘରେ ବନ୍ଦ । ବସିବା ଛଡା ଦ୍ବିତୀୟ ଉପାୟ କିଛି ନାହିଁ । କାରଣ ଘର ବାହାରକୁ ଯାଇ ମୃତ୍ୟୁକୁ ଡାକିବା ଅପେକ୍ଷା ଘରେ ବସି ରହିବା ବୁଦ୍ଧିମାନର କାମ ନିଶ୍ଚୟ । ତେବେ ବର୍ତ୍ତମାନ ଆପଣଙ୍କ ପାଖରେ ଅସୀମିତ ସମୟ ରହିଛି ଯାହାର ସଠିକ ଉପଯୋଗ କରିପାରିବେ । କାରଣ ଥରେ ଏହି ପରିସ୍ଥିତି ବଦଳିଗଲେ ଆଗକୁ ଆପଣଙ୍କୁ ଏହି ସମୟ ଆଉ ମିଳିବ ନାହିଁ । ଏବେ ସମୟ ଆସିଛି ପିଲାଙ୍କ ସହ ମିଶିଯାଆନ୍ତୁ ।

ଏବେ ସମୟ ଆସିଛି ଟିକେ ଆଧୁନିକତାକୁ ଆପଣାନ୍ତୁ । ପିଲାଙ୍କ ସହ ମିଶି ଗେମ ଖେଳନ୍ତୁ । ବିଭିନ୍ନ ଆପ୍‌ ବିଷୟରେ ଜାଣନ୍ତୁ । ଅନଲାଇନ ଆପ୍‌ରେ ଅନେକ ଫିଲ୍ମ ଦେଖିବା ସହ କିପରି ବିଭିନ୍ନ ଶିକ୍ଷଣୀୟ କଥା ଶିଖିପାରିବେ ପିଲାଙ୍କୁ ବତାନ୍ତୁ । ସେମାନଙ୍କ ସହ ପାଠପଢା, ପାଠ୍ୟକ୍ରମ, ସ୍କୁଲ, କଲେଜର ବାତାବରଣ, ସାଙ୍ଗସାଥୀଙ୍କ ବିଷୟରେ ଖୋଲାଖୋଲି କଥା ହୁଅନ୍ତୁ । ଫଳରେ ସେମାନଙ୍କ ଭିତରର ଭୟ ଦୂର ହେବା ସହ ସେମାନେ ଆପଣଙ୍କୁ ସବୁ ସମସ୍ୟା କହିବେ ।

ପରିବାରଲୋକଙ୍କ ସହ ଫିଲ୍ମ ଦେଖନ୍ତୁ । ଟିଭିରେ ବିଭିନ୍ନ ପ୍ରକାର ଫିଲ୍ମ ଓ ସିରିଏଲ ଦେଖନ୍ତୁ । ବର୍ତ୍ତମାନ ସମସ୍ତ ଶୋ’ର ରିପିଟ ଟେଲିକାଷ୍ଟ ହେଉଛି । ରିୟଲିଟି ଶୋ, ପୌରାଣିକ ଧାରାବାହିକ, କମର୍ସିଆଲ ସିରିଏଲ ପ୍ରଭୃତି ପୁଣିଥରେ ଆରମ୍ଭ ହେଉଛି । ପିଲାଙ୍କ ସହ ଏସବୁ ଦେଖନ୍ତୁ ଓ ସେମାନଙ୍କୁ ବିଭିନ୍ନ ପୌରାଣିକ କାହାଣୀରୁ ଶିକ୍ଷା ଦିଅନ୍ତୁ । ସ୍ତ୍ରୀଙ୍କ ସହ ରୋମାଣ୍ଟିକ ଫିଲ୍ମ ଦେଖନ୍ତୁ । ଆପଣଙ୍କ ହଜିଯାଇଥିବା ରୋମାନ୍ସକୁ ପୁଣି ଫେରାଇ ଆଣନ୍ତୁ । ନିଜ ସମ୍ପର୍କୀୟଙ୍କ ସହ ଭିଡିଓ କଲରେ କଥା ହୁଅନ୍ତୁ । ଯାହା ସହ କାମବ୍ୟସ୍ତତାରୁ କଥା ହୋଇନାହାନ୍ତି ତା’ସହ ଆଜି ମନଭୋରି କଥା ହୁଅନ୍ତୁ ।

ଏହି ସମୟରେ ଆପଣ ନିଜ ପରିବାରକୁ ସମୟ ଦିଅନ୍ତୁ । ସେମାନଙ୍କଠାରୁ ଦୂରରେ ରହି ଆପଣ ଅନେକ କିଛି ହରାଇଛନ୍ତି । ପରିବାର ଲୋକେ ମଧ୍ୟ ଆପଣଙ୍କ ସହ ମୂଲ୍ୟବାନ ସମୟ କାଟିବାରୁ ବଞ୍ଚିତ ହୋଇଛନ୍ତି । ଯାହାକୁ ଏବେ ପୂରଣ କରିବାର ସମୟ ଆସିଯାଇଛି ।

ABOUT THE AUTHOR

...view details