ଓଡିଶା

odisha

By

Published : Apr 22, 2020, 10:48 AM IST

ETV Bharat / bharat

କୋରୋନା ଲଢେଇଲେ ସ୍ପାଇଡର ମ୍ୟାନ ସାମିଲ, ବାଣ୍ଟୁଛି ଖାଦ୍ୟ ସାମଗ୍ରୀ

ପରିବା ବିକୁଛି ସ୍ପାଇଜର ମ୍ୟାନ। ଏହାସହ ବୃଦ୍ଧମାନଙ୍କ ପାଇଁ କ୍ଷୀର ଏବଂ ଖାଦ୍ୟ ସାମଗ୍ରୀ କିଣ ସେମାନଙ୍କ ଘରେ ପହଞ୍ଚାଉଛି। ଅଧିକ ଖବର ପଢନ୍ତୁ...

turkey-man-dress-up-as-a-spiderman
କୋରୋନା ଲଢେଇଲେ ସ୍ପାଇଡର ମ୍ୟାନ ସାମିଲ, ବାଣ୍ଟୁଛି ଖାଦ୍ୟ ସାମଗ୍ରୀ

ନୂଆଦିଲ୍ଲୀ: ଏକ ଘଡିସନ୍ଧି ମୁହୁର୍ତ୍ତ ଦେଇ ସମଗ୍ର ଦେଶ ଗତି କରୁଛି। କୋରୋନା ଭାଇରସ ପାଇଁ ସାରା ଦେଶ ଲକଡାଉନ। ଏହି ସମୟରେ ପୃଥିବୀ ବାସୀଙ୍କୁ ସାହାଯ୍ୟ କରିବା ପାଇଁ ସ୍ପାଇଡର ମ୍ୟାନ ଆସିଛି।

କୋରୋନା ଲଢେଇଲେ ସ୍ପାଇଡର ମ୍ୟାନ ସାମିଲ, ବାଣ୍ଟୁଛି ଖାଦ୍ୟ ସାମଗ୍ରୀ

ସ୍ପାଇଡର ମ୍ୟାନର ଏପରି ସହଯୋଗ ତୁର୍କୀର ଏକ ପରିବା ମାର୍କେଟରେ ଦେଖିବାକୁ ମିଳିଛି। ଯେଉଁଠି ସେ ପରିବା ବିକ୍ରି କରୁଥିବା ନଜର ଆସିଛି। ଖାଲି ସେତିକି ନୁହେଁ ଲୋକଙ୍କ ସହ ବସି କଥା ହେବା ସହ ଭଲ ମନ୍ଦ ବୁଝୁଛି।

କୋରୋନା ଲଢେଇଲେ ସ୍ପାଇଡର ମ୍ୟାନ ସାମିଲ, ବାଣ୍ଟୁଛି ଖାଦ୍ୟ ସାମଗ୍ରୀ

ତେବେ ସ୍ପାଇଡରମ୍ୟାନ ପୋଷାକ ଭିତରେ ଥିବା ଲୋକଟି ହେଲେ ତୁର୍କୀର ବୁରାକ ସୋଏଲୁ। ସେ ଅସୁବିଧା ସମୟରେ ଏପରି ବେଶ ହୋଇ ଲୋକଙ୍କୁ ସାହାଯ୍ୟ ପାଇଁ ଆସିଥାନ୍ତି। ତେବେ ଏହି ଭିଡିଓଟି ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି।

ଏହି ସ୍ପାଇଡରମ୍ୟାନ ବୃଦ୍ଧମାନଙ୍କ ପାଇଁ କ୍ଷୀର ଏବଂ ଖାଦ୍ୟ ସାମଗ୍ରୀ କିଣନ୍ତି ଏବଂ ଏହାକୁ ସେମାନଙ୍କ ଘରେ ପହଞ୍ଚାନ୍ତି। ଯେତେବେଳେ ତାଙ୍କୁ ପଚରାଗଲା, ସେ କହିଥିଲେ ଯେ କୋରୋନା ସମୟରେ ମୋର ସୁପର ପାୱାର ମୋର ପଡୋଶୀଙ୍କ ପାଇଁ ବେଶ ଭଲ କାମ କରୁଛି।

ABOUT THE AUTHOR

...view details