ଓଡିଶା

odisha

ETV Bharat / bharat

ଭାରତ ବିରୁଦ୍ଧରେ ମିଥ୍ୟା ପ୍ରଚାର କରିବାକୁ ତୁର୍କୀ ରଚୁଛି ଷଡଯନ୍ତ୍ର - ଭାରତ ବିରୁଦ୍ଧରେ ତୁର୍କୀ ରଚୁଛି ଷଡଯନ୍ତ୍ର

ଭାରତ ବିରୋଧରେ ଷଡଯନ୍ତ୍ର ରଚୁଛି ତୁର୍କୀ । କାଶ୍ମୀରୀ ବିଚ୍ଛିନ୍ନତାବାଦୀମାନଙ୍କୁ ନିଜ ଗଣମାଧ୍ୟମରେ ସ୍ଥାନ ଦେଇ ବିଶ୍ୱରେ ଭାରତ ବିରୁଦ୍ଧରେ ମିଥ୍ୟା ପ୍ରଚାର କରିବାକୁ ଚେଷ୍ଟା କରୁଛି । ଅଧିକ ପଢନ୍ତୁ...

ଭାରତ ବିରୁଦ୍ଧରେ ମିଥ୍ୟା ପ୍ରଚାର କରିବାକୁ ତୁର୍କୀ ରଚୁଛି ଷଡଯନ୍ତ୍ର
ଭାରତ ବିରୁଦ୍ଧରେ ମିଥ୍ୟା ପ୍ରଚାର କରିବାକୁ ତୁର୍କୀ ରଚୁଛି ଷଡଯନ୍ତ୍ର

By

Published : Sep 16, 2020, 1:17 PM IST

ନୂଆଦିଲ୍ଲୀ: କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନ, ତୁର୍କୀ ଓ ଇସଲାମିକ ସହଯୋଗ ସଙ୍ଗଠନ ଭାରତ ବିରୋଧରେ ଷଡଯନ୍ତ୍ର କରୁଛନ୍ତି । ସମଗ୍ର ବିଶ୍ବରେ ଭାରତ ବିରୋଧରେ ମିଥ୍ୟା ପ୍ରଚାର କରିବାକୁ ତୁର୍କୀ ଏକ ନୂଆ ଚାଲ ରଚିଛି । ସମଗ୍ର ବିଶ୍ବରେ ଭାରତ ବିରୋଧରେ ମିଥ୍ୟା ପ୍ରଚାର କରିବାକୁ ତୁର୍କୀ ସରକାର କାଶ୍ମୀରର ବିଚ୍ଛିନ୍ନତାବାଦୀଙ୍କୁ ନିଜ ମିଡିଆରେ ସ୍ଥାନ ଦେଉଛି । 15 ଅଗଷ୍ଟରେ ତୁର୍କୀ ଗଣମାଧ୍ୟମରେ ପ୍ରକାଶିତ ଏକ ବିବାଦୀୟ ପ୍ରବନ୍ଧ ଏହି ଷଡଯନ୍ତ୍ରର ଏକ ଅଂଶ ଥିଲା । ଏହାକୁ ବିଚ୍ଛିନ୍ନତାବାଦୀ ନେତା ଅଲତାଫ ଅହମ୍ମଦ ଶାହ ଙ୍କ ଝିଅ ରୁଆ ଶାହ ଲେଖିଥିଲେ ।

ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଦ୍ବାରା 2017 ରେ ଦାୟର ହୋଇଥିବା ଏକ ମାମଲାରେ ରୁଆ ଆତଙ୍କବାଦୀ ପାଣ୍ଠି ଯୋଗାଉଥିବା ନେଇ ଅଭିଯୋଗ ହୋଇଥିଲା । ରୁଆ ନିଜ ଆର୍ଟିକିଲରେ କାଶ୍ମୀରଠାରୁ ଦୂରରେ ରହିବାର ଯନ୍ତ୍ରଣା ନାମରେ ଭାରତର ଭାବମୂର୍ତ୍ତିକୁ ପ୍ରଭାବିତ କରିବାକୁ ଚେଷ୍ଟା କରିଥିଲେ।

ପ୍ରବନ୍ଧରେ କୁହାଯାଇଛି ଯେ କାଶ୍ମୀରର ପିଲାମାନେ କଦାପି ସାଧାରଣ ଜୀବନ ବିତାଇ ପାରିବେ ନାହିଁ। ଏନଆଇଏ ଅନୁସନ୍ଧାନ ଅନୁଯାୟୀ, ବିଚ୍ଛିନ୍ନତାବାଦୀ ନେତା ଅଲତାଫ ଅହମ୍ମଦ ଶାହ କାଶ୍ମୀର ଉପତ୍ୟକାରେ ସୁରକ୍ଷା ବାହିନୀ ଉପରେ ପଥର ଫିଙ୍ଗିବା, ସ୍କୁଲ ଜାଳିବା, ସାଧାରଣ ସମ୍ପତ୍ତି ନଷ୍ଟ କରିବା ଏବଂ ଯୁଦ୍ଧ କରିବା ଭଳି ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ହାୱାଲା ମାଧ୍ୟମରେ ଟଙ୍କା ଜମା କରୁଥିଲେ।

କେବଳ କାଶ୍ମୀର ବିଚ୍ଛିନ୍ନତାବାଦୀ ନୁହଁନ୍ତି, ପାକିସ୍ତାନୀ ସାମ୍ବାଦିକମାନଙ୍କୁ ମଧ୍ୟ ସ୍ଥାନୀୟ ଗଣମାଧ୍ୟମରେ ନିଯୁକ୍ତି ଦିଆଯାଉଛି। ରାଷ୍ଟ୍ରପତି ରେଚେପ ତାଇପ ଏର୍ଦୋଗନଙ୍କ ନିର୍ଦ୍ଦେଶରେ ଏହି ସବୁ କରାଯାଉଛି। ଘରୋଇ ରାଜନୀତିରେ ଉଗ୍ରବାଦକୁ ପୁଞ୍ଜି କରିବାକୁ ଏବଂ ମୌଳିକ ଇସଲାମିକ ଚିନ୍ତାଧାରାକୁ ଆଗକୁ ନେବାକୁ ଏର୍ଦୋଗନଙ୍କ ମୁଖ୍ୟ ଭୂମିକା । ଏହି ସାମ୍ବାଦିକ ମାନେ ଭଲ ଭାବରେ ଜାଣନ୍ତି, ଏର୍ଦୋଦନ ରାଜନୈତିକ ଫାଇଦା ବ୍ୟତୀତ ଆନ୍ତର୍ଜାତୀୟ ସ୍ତରରେ ଭାରତର ମୂର୍ତ୍ତିକୁ କଳଙ୍କିତ କରିପାରନ୍ତି ଏହି ସାମ୍ବାଦିକ ମାନେ ଭଲ ଭାବେ ଅବଗତ ।

ABOUT THE AUTHOR

...view details