ନୂଆଦିଲ୍ଲୀ: କେରଳ ଓ ପଶ୍ଚିମବଙ୍ଗରୁ ଗିରଫ ହୋଇଥିବା 9 ସନ୍ଦିଗ୍ଧ ଅଲକାୟଦା ଆତଙ୍କବାଦୀ ବିରୋଧରେ ଯାଞଅଚ ଚଳାଇଛି କେନ୍ଦ୍ରୀୟ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ଏନଆଇଏ । ଏପରିସ୍ଥିତିରେ ପଶ୍ଚିମବଙ୍ଗରୁ ଗିରଫ 6 ଆତଙ୍କବାଦୀଙ୍କ ମଧ୍ୟରୁ ଜଣଙ୍କ ଘରେ ମିଳିଛି ସୁଡଙ୍ଗ । ଗୁଇନ୍ଦା ସଂସ୍ଥାର ସୂଚନା ଅନୁଯାୟୀ ଗିରଫ ଆତଙ୍କବାଦୀ ଅବୁ ସୁଫିନ ଘରେ ଠାବ ହୋଇଥିବା ସୁଡଙ୍ଗରେ ବୋମା ଜବତ ହୋଇଛି ।
ଅବୁ ସୁଫିନ ପେଶାରେ ଜଣେ ଦରଜୀ ହୋଇଥିବା ବେଳେ ପ୍ରବାସୀ ଶ୍ରମିକ ଭାବରେ ଅନେକ ଦିନରୁ ଦିଲ୍ଲୀରେ କାମ କରିଆସୁଥିଲା । ତାର ଏହି ଘର ରାଣୀଗଞ୍ଜର ରାମନଗରରେ ରହିଛି । ତେବେ ତାକୁ ଶନିବାର ଏନଆଇଏ ଗିରଫ କରିଥିଲା ।