ନୂଆଦିଲ୍ଲୀ: ଦ୍ବିତୀୟ ଥର ପାଇଁ ପୂର୍ଣ୍ଣବହୁମତ ସହ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦି । ଏଥିପାଇଁ ବିଭିନ୍ନ ଦେଶରୁ ଛୁଟୁଛି ରାଷ୍ଟ୍ରନେତାଙ୍କ ଶୁଭେଛାର ସୁଅ । ପଡୋଶୀ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ମଧ୍ୟ ଫୋନ ଯୋଗେ ମୋଦିଙ୍କୁ ଜଣାଇଛନ୍ତି ଶୁଭେଚ୍ଛା ।
ଶାନ୍ତି ଓ ଆତଙ୍କମୁକ୍ତ ପାଇଁ ଇମ୍ରାନଙ୍କୁ ପରାମର୍ଶ ଦେଲେ ମୋଦି - atmosphere
ପଡୋଶୀ ଦେଶ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଶୁଭେଚ୍ଛା ବାର୍ତ୍ତାର ପ୍ରତି ଉତ୍ତର ଦେଇଛନ୍ତି ମୋଦି । ଶାନ୍ତି ଓ ସମୃଦ୍ଧି ପାଇଁ ଅପିଲ କରିଛନ୍ତି ନରେନ୍ଦ୍ର ମୋଦି ।
ଦୁଇ ଦେଶର ସଂପର୍କ ସୁଦୃଢ ରଖିବା ପାଇଁ ଇମରାନଙ୍କୁ ମୋଦି ଦେଇଛନ୍ତି ପରାମର୍ଶ । ଶାନ୍ତି ପାଇଁ ପ୍ରଥମେ ବିଶ୍ବାସ ଆବଶ୍ୟକ । ଆତଙ୍କବାଦକୁ ସମାପ୍ତ କରିବା ପାଇଁ ଏକ ଅନୂକୁଳ ବାତାବରଣ ଦରକାର । ଯାହା ଦୁଇ ଦେଶର ଉତ୍ତମ ସଂପର୍କ ଓ ସମୃଦ୍ଧି ରକ୍ଷା କରିବାରେ ମହତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
ଫେବୃୟାରୀ 14 ରେ ହୋଇଥିବା ପୁଲୱାମା ଆକ୍ରମଣର ପ୍ରତିଶୋଧ ନେବାକୁ ଯାଇ ଭାରତୀୟ ବାୟୁସେନା କରିଥିଲା ବାଲାକୋଟ ଆକ୍ରମଣ । ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । କିନ୍ତୁ ମେ 23 ରେ ଭାରତରେ ନିର୍ବାଚନ ଫଳାଫଳରେ ମୋଦିଙ୍କ ବିପୁଳ ବିଜୟ ପରେ ଶୁଭେଛା ଜଣାଇଥିଲେ ଇମ୍ରାନ ଖାନ୍ ।