ପୁନେ: ଆନ୍ନା ହଜାରେଙ୍କ ଅନଶନକୁ ନେଇ ସାରା ଦେଶରେ ଦେଖାଦେଇଛି ଚହଳ । ଅନଶନ ଯୋଗୁଁ ଶରୀର ଧିରେ ଧିରେ ଅବନ୍ନତି ହେଉଥିଲେ ମଧ୍ୟ ଆନ୍ନା ଏଥରୁ ଓହରୁନାହାନ୍ତି । ନିଜ ଜିଦରେ ସେ ଅଟଳ ଅଛନ୍ତି । ତେବେ ଆନ୍ନାଙ୍କ ସମର୍ଥନରେ ଆସି ସମାଜସେବୀ ତୃପ୍ତି ଦେଶାଇ ମୋଦି ସରକାରଙ୍କୁ ଧମକ ଦେଇଛନ୍ତି ।
ରିପୋର୍ଟ ଅନୁସାରେ ଆଜି ଆନ୍ନାଙ୍କ ଗାଁ ରାଲେଗାଁସିଦ୍ଧିରେ ଅନଶନ ସ୍ଥଳୀରେ ତାଙ୍କୁ ଭେଟିଥିଲେ ତୃପ୍ତି । ଏହି ଅବସରରେ ସେ ମୋଦି ସରକାରଙ୍କୁ ଫେବୃୟାରୀ 8 ପର୍ଯ୍ୟନ୍ତ ସମୟସୀମା ଦେଇଛନ୍ତି । ଏହା ଭିତରେ ଆନ୍ନାଙ୍କ ଦାବି ପୂରଣ ପାଇଁ ସେ ସରକାରଙ୍କୁ ଚେତାବନୀ ଦେଇଛନ୍ତି । ସମୟସୀମା ଭିତରେ ଦାବି ପୂରଣ ନହେଲେ ସେ ରାସ୍ତାକୁ ଓହ୍ଲାଇବେ ବୋଲି ଧମକ ଦେଇଛନ୍ତି । ସେ ତାଙ୍କ ଭୂମାତା ବ୍ରିଗେଡ କର୍ମୀଙ୍କ ସହ ଏହି ଆନ୍ଦୋଳନ କରିବେ ବୋଲି ସରକାରଙ୍କୁ ଚେତାବନୀ ଦେଇଛନ୍ତି ।