ଓଡିଶା

odisha

ETV Bharat / bharat

କାରୀଗରଙ୍କ ତୂଳୀରେ ଟ୍ରମ୍ପ- ମୋଦି

କମ୍ପିବ ଭାରତ, ଦେଖିବ ବିଶ୍ବ । ନମସ୍ତ ଟ୍ରମ୍ପ ପାଇଁ ଅନ୍ତିମ ପର୍ଯ୍ୟାୟରେ ପ୍ରସ୍ତୁତି । ବିଶ୍ବର ଶକ୍ତିଶାଳୀ ନେତାଙ୍କୁ ଭବ୍ୟ ସ୍ବାଗତ ପାଇଁ ସଜେଇି ହେଉଛି ସର୍ବବୃହତ ଷ୍ଟାଡ଼ିୟମ । ପଢନ୍ତୁ ଅଧିକ ଖବର...

trumps-visit-in-india
trumps-visit-in-india

By

Published : Feb 18, 2020, 12:12 PM IST

ଅହମଦାବାଦ: ଆଉ ମାତ୍ର 6 ଦିନ ପରେ ଭାରତ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି । ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ରନେତାଙ୍କୁ ସ୍ବାଗତ କରିବା ପାଇଁ ଭବ୍ୟ ଆୟୋଜନର ପ୍ରସ୍ତୁତି କରାଯାଉଛି । ଆମେରିକାର ରାଷ୍ଟପତି ହେବା ପରେ ଡୋନାଲ ଟ୍ରମ୍ପଙ୍କ ଏହା ପ୍ରଥମ ଭାରତ ଗସ୍ତ ହୋଇଥିବାବେଳେ ଅତିଥିଙ୍କ ମନ ଜିଣିଲା ଭଳି ସ୍ବାଗତ ପାଇଁ ସଜେଇ ହେଉଛି ବିଶ୍ବର ବୃହତ ଷ୍ଟାଡ଼ିୟମ ।

ଅହମଦାବାଦର ସର୍ଦ୍ଦାର ଷ୍ଟାଡିୟମରେ ଆୟୋଜିତ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ଯୋଗଦେବେ। ଅହମଦାବାଦ ବିମାନ ବନ୍ଦରରୁ ସାବରମତୀ ଆଶ୍ରମ ପର୍ଯ୍ୟନ୍ତ ପ୍ରାୟ ୭କିମିର ଏକ ରୋଡ୍‌ ସୋ ରେ ଆସିବେ ଟ୍ରମ୍ପ ଓ ପ୍ରଧାନମନ୍ତ୍ରୀ ମୋଦି । ଆମେରିକା ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବା ପାଇଁ ଏକ ଲକ୍ଷ ଲୋକଙ୍କ ସମାଗମ କରୁଛନ୍ତି ଗୁଜୁରାଟ ସରକରା।

ବିମାନ ବନ୍ଦରଠାରୁ ସାବରମତୀ ଆଶ୍ରମ ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ବରେ ଥିବା କାନ୍ଥରେ ଟ୍ରମ୍ପ୍‌ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋର ପେଣ୍ଟିଂ କରାଯାଇଛି। ଏହା ସହିତ କାନ୍ଥରେ ଇଣ୍ଡିଆ, ୟୁଏସ୍‌ଏ ମଧ୍ୟ ଲେଖାଯାଇଛି। କାର୍ଯ୍ୟକ୍ରମ ପରେ ଟ୍ରମ୍ପ୍‌ ଦିଲ୍ଲୀ ଏବଂ ଆଗ୍ରା ଗସ୍ତ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।

କିନ୍ତୁ ସବୁଠାରୁ ଚକିତ କଲା ଭଳି ଖବର ଟ୍ରମ୍ପଙ୍କ ସହ ଭାରତ ଆସିବ 7ଟି ବିମାନ । ଯାହା ମଧ୍ୟରେ ରହିଛି ଏୟାର ଫୋର୍ସ ଓ୍ବାନ ବିମାନ। ଏଥିସହିତ ଟ୍ରମ୍ପଙ୍କ ସୁରକ୍ଷାରେ ନିୟୋଜିତ ହେବେ 10 ହଜାର ସୁରକ୍ଷା କର୍ମୀ । ଯେଉଁଥିରେ ରହିଛନ୍ତି 200 ଇନସ୍ପେକ୍ଟର, 800 ସବ୍‌ ଇନସ୍ପେକ୍ଟର ଏବଂ 65 ଜଣ ଅସିଷ୍ଟାଣ୍ଟ କମିଶନର।

ABOUT THE AUTHOR

...view details